ETV Bharat / sports

ଜାଡେଜାଙ୍କ ଲଢୁଆ ଇଂନିସ, ଅଷ୍ଟ୍ରେଲିଆ ସାମ୍ନାରେ 162 ରନର ବିଜୟ ଲକ୍ଷ୍ୟ

author img

By

Published : Dec 4, 2020, 3:50 PM IST

Updated : Dec 4, 2020, 4:04 PM IST

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-20ରେ ଭାରତ ପ୍ରଥମେ ବ୍ୟାଟିଂ କରି 161 ରନ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ 162 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IND VS AUS 1st T20: Rahul, jadeja shine, India set target of 162 runs
ଅଷ୍ଟ୍ରେଲିଆ ସାମ୍ନାରେ 162 ରନର ବିଜୟ ଲକ୍ଷ୍ୟ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-20ରେ ଭାରତ ପ୍ରଥମେ ବ୍ୟାଟିଂ କରି 161 ରନ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ 162 ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ପୁଣି ସଙ୍କଟମୋଟକ ସାଜିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । 23 ବଲରୁ 5 ଚୌକା ଓ ଗୋଟିଏ ଛକା ସହାୟତାରେ 44 ରନର ବିସ୍ଫୋରକ ଇଂନିସ ଖେଳିଛନ୍ତି ଜାଡେଜା । ଫଳରେ ନିର୍ଦ୍ଧାରିତ 20 ଓଭରରେ ଭାରତ 7 ୱିକେଟ ହରାଇ 161 ରନ ସଂଗ୍ରହ କରିବାକୁ ସମର୍ଥ ହୋଇଛି ।

ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଦଳୀୟ ସ୍କୋର 11 ଥିବାବେଳେ ଭାରତୀୟ ଇଂନିସର ତୃତୀୟ ଓଭରରେ ଶିଖର ଧାୱନଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା ଭାରତ । ପରେ କ୍ୟାପଟେନ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ 37 ରନର ପାର୍ଟନରସିପ ହୋଇଥିଲା । ତେବେ କୋହଲି ମାତ୍ର 9 ରନରେ ପାଭିଲିୟନ ଫେରିଥିଲେ । ତେବେ ରାହୁଲ ସଞ୍ଜୁ ସାମସନଙ୍କ ସହ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଏଥିସହ 40 ବଲରୁ 5 ଚୌକା ଓ ଗୋଟିଏ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସଞ୍ଜୁ ସାମସନ 23 ଓ ହାର୍ଦ୍ଦିକ ପାଣ୍ଡ୍ୟା 16 ରନର ଯୋଗଦାନ କରିଥିଲେ । ମନୀଷ ପାଣ୍ଡେ ନିରାଶ କରିଥିଲେ । ମ୍ୟାଚର 17ତମ ଓଭରରେ 114 ରନରେ 6 ୱିକେଟ ହରାଇ ଭାରତ ସଙ୍କଟରେ ଥିବାବେଳେ, ଦମ ଦେଖାଇଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୱାସିଂଟନ ସୁନ୍ଦରଙ୍କ ସହ ମିଶି 23 ବଲରୁ 5 ଚୌକା ଓ ଗୋଟିଏ ଛକା ସହାତାରେ ଧୂଆଁଧାର 44 ରନର ଇଂନିସ ଖେଳିଥିଲେ । ଏଥିସହ ଭାରତର ସ୍କୋରକୁ ଲଢୁଆ ସ୍ଥିତିରେ ପହଞ୍ଚାଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ହେରେନିକ୍ସ 4 ଓଭରରେ 22 ରନର ବ୍ୟୟକରି 3ଟି ୱିକେଟ ଅକ୍ତିଆର କରିବା ସହ ସର୍ବାଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ମିଚେଲ ଷ୍ଟାର୍କ 2ଟି ୱିକେଟ ହାତେଇଥିବାବେଳେ, ଆଡାମ ଜାମ୍ପା ଓ ସୁଇପସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2020, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.