ETV Bharat / sports

କାନବେରାରେ କଙ୍ଗାରୁ ଚିତପଟାଙ୍ଗ, ପ୍ରଥମ ଟି-20 ଜିତିଲା ଭାରତ

author img

By

Published : Dec 4, 2020, 5:48 PM IST

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-20 ଜିତିଲା ଭାରତ । 162 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ 20 ଓଭରରେ 150 ରନ କରିବାକୁ ସମର୍ଥ ହୋଇଥିଲା । ଅଧିକ ପଢନ୍ତୁ...

IND VS AUS 1st T20: India won by 11 runs
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-20 ଜିତିଲା ଭାରତ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-20 ଜିତିଲା ଭାରତ । 162 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ 20 ଓଭରରେ 150 ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ 11 ରନରେ 3ଟିକିଆ ଟି-20 ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ 1-0ରେ ଆଗୁଆ ହୋଇଛି ବିରାଟ ବାହିନୀ ।

କାନବେରାରେ କଙ୍ଗାରୁ ଚିତପଟାଙ୍ଗ, ପ୍ରଥମ ଟି-20 ଜିତିଲା ଭାରତ
କାନବେରାରେ କଙ୍ଗାରୁ ଚିତପଟାଙ୍ଗ, ପ୍ରଥମ ଟି-20 ଜିତିଲା ଭାରତ

ଘରୋଇ ଦଳ ପକ୍ଷରୁ କ୍ୟାପଟେନ ଆରୋନ ଫିଞ୍ଚ ସର୍ବାଧିକ 35 ଓ ଓପନର ଡି'ଆର୍କି ସର୍ଟ 34 ରନର ଇଂନିସ ଖେଳିଥିଲେ । ମୋରିସ ହେନେରିକ୍ସ 20 ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ 30 ରନର ଇଂନିସ ଖେଳିଥିଲେ । ତେବେ ଭାରତୀୟ ବୋଲରଙ୍କ ସାମ୍ନାରେ ଘରୋଇ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବେଶୀ ସମୟ ତିଷ୍ଠି ପାରିନଥିଲେ ।

ୟୁଜଭେନ୍ଦ୍ର ଚହଲ 4 ଓଭରରେ 25 ରନ ବ୍ୟୟରେ 3ଟି ଓ ଡେବ୍ୟୁମ୍ୟାନ ଟି. ନଟରାଜନ 30 ରନ ବ୍ୟୟରେ 3ଟି ୱିକେଟ ହାତେଇ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଦୀପକ ଚହରଙ୍କୁ ଗୋଟିଏ ୱିକେଟ ମିଳିଥିଲା ।

ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଦଳୀୟ ସ୍କୋର 11 ଥିବାବେଳେ ଭାରତୀୟ ଇଂନିସର ତତୀୟ ଓଭରରେ ଶିଖର ଧାୱନଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା ଭାରତ । ପରେ କ୍ୟାପଟେନ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ 37 ରନର ପାର୍ଟନରସିପ ହୋଇଥିଲା । ତେବେ କୋହଲି ମାତ୍ର 9 ରନରେ ପାଭିଲିୟନ ଫେରିଥିଲେ । ତେବେ ରାହୁଲ ସଞ୍ଜୁ ସାମସନଙ୍କ ସହ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଏଥିସହ 40 ବଲରୁ 5 ଚୌକା ଓ ଗୋଟିଏ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସଞ୍ଜୁ ସାମସନ 23 ଓ ହାର୍ଦ୍ଦିକ ପାଣ୍ଡ୍ୟା 16 ରନର ଯୋଗଦାନ କରିଥିଲେ । ମନୀଷ ପାଣ୍ଡେ ନିରାଶ କରିଥିଲେ । ମ୍ୟାଚର 17ତମ ଓଭରରେ 114 ରନରେ 6 ୱିକେଟ ହରାଇ ଭାରତ ସଙ୍କଟରେ ଥିବାବେଳେ, ଦମ ଦେଖାଇଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୱାସିଂଟନ ସୁନ୍ଦରଙ୍କ ସହ ମିଶି 23 ବଲରୁ 5 ଚୌକା ଓ ଗୋଟିଏ ଛକା ସହାତାରେ ଧୁଆଁଧାର 44 ରନର ଇଂନିସ ଖେଳିଥିଲେ । ଏଥିସହ ଭାରତକୁ 161ରନର ଲଢୁଆ ସ୍ଥିତିରେ ପହଞ୍ଚାଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ହେରେନିକ୍ସ 4 ଓଭରରେ 22 ରନର ବ୍ୟୟକରି 3ଟି ୱିକେଟ ଅକ୍ତିଆର କରିବା ସହ ସର୍ବାଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ମିଚେଲ ଷ୍ଟାର୍କ 2ଟି ୱିକେଟ ହାତେଇଥିଲେ । ଆଡାମ ଜାମ୍ପା ଓ ସୁଇପସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.