ETV Bharat / sports

ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ - ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ

ମାହିଙ୍କ ଲକି ନଂ 7 । କିନ୍ତୁ କ୍ରିକେଟ ଗ୍ରାଉଣ୍ଡରେ ଆଉ ଏକ ନଂ ରହିଛି ଯାହା ମାହିଙ୍କୁ ଏକ ପରିଚୟ ଦେଇଥିଲା ।

ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ
ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ
author img

By

Published : Jul 7, 2020, 3:01 PM IST

ହାଇଦ୍ରାବାଦ: ମହେନ୍ଦ୍ର ସିଂ ଧୋନି ଗ୍ରାଉଣ୍ଡରେ ଥିଲେ ମ୍ୟାଚ ଜିତିବାର ଆଶା ଦେଖିଥାନ୍ତି ସଭିଏଁ । ତାଙ୍କର ଆଜି 39ତମ ଜନ୍ମଦିନ । ହାରିବା ମ୍ୟାଚକୁ ବିଜୟରେ ପରିବର୍ତ୍ତନ କରିବାକୁ ଯିଏ ସକ୍ଷମ ସେ ହେଉଛନ୍ତି ଏମଏସ ଧୋନି । ତାଙ୍କ ଜୀବନରେ ନମ୍ବର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ।

ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ
ମହେନ୍ଦ୍ର ସିଂ ଧୋନି

ମାହିଙ୍କ ଲକି ନଂ 7 । ଗ୍ରାଉଣ୍ଡକୁ 7ନଂ ଜର୍ସି ପିନ୍ଧିକି ଆସିଥାନ୍ତି । ତାଙ୍କର ଅଧିକାଂଶ ଗାଡିର ନଂ 7 । ଗ୍ରାଉଣ୍ଡରେ 7ନଂ ସ୍ଥାନରେ ଖେଳିବାକୁ ଆସିଥାନ୍ତି ।

ମାହିଙ୍କ ଜୀବନରେ ନମ୍ବରର ମହତ୍ତ୍ବ
ଏମ ଏସ ଧୋନି

ଅନ୍ୟପଟେ ଗାଙ୍ଗୁଲି 3ନଂ ସ୍ଥାନରେ ଖେଳିବାକୁ ମାହିଙ୍କୁ ସୁଯୋଗ ଦେଇଥିଲେ । ସେହି ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ 123ବଲ୍‌ରେ 148ରନ ହାସଲ କରି ଭାରତକୁ ଜିତାଇତିଲେ । ସେହି 3ନଂ ତାଙ୍କୁ ହିରୋ ସଜାଇଥିଲା । ସେହିପରି ଶ୍ରୀଲଙ୍କା ବିପକ୍ଷରେ ଦ୍ରାବିଡଙ୍କ ନେତୃତ୍ବରେ ମାହି 3ୟ ସ୍ଥାନରେ ଗ୍ରାଉଣ୍ଡକୁ ଓହ୍ଲାଇ 183ରନ କରିଥିଲେ । ଏହାପରେ ଭାରତରେ ଦୀପାବଳି ପୂର୍ବ ଦିନ ହିଁ ଆତସବାଜି ଦେଖିବାକୁ ମିଳିଥିଲା ।

ଗାଙ୍ଗୁଲି 183ରନ କରି ଅଧିନାୟକ ହୋଇଥିଲେ । ଧୋନି ବି 183ରନ କରି ରାହୁଲଙ୍କ ପରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ । 2011ର ବିଶ୍ବକପରେ ବି ଏହି 3ନଂ କମାଲ କରିଥିଲା । ସଚିନ- ସେହଓ୍ବାଗ ଶୀଘ୍ର ଆଉଟ ହୋଇଗଲା ପରେ ଧୋନିଙ୍କ ନେତୃତ୍ବରେ ଗୌତମ ଗମ୍ଭୀର ଗ୍ରାଉଣ୍ଡକୁ 3ନଂ ସ୍ଥାନରେ ଆସିଥିଲେ ଓ ଖେଳକୁ ଟ୍ରାକକୁ ଆଣି ବିଜୟ ଦ୍ବାର ଯାଏଁ ନେଇ ଯାଇଥିଲେ । ଧୋନିଙ୍କ ଏହି 3ନଂ ସଂଯୋଗ କୁହାଯାଇ ପାରେ ।

ମାହି 2019ର ବିଶ୍ବକପର ସେମିଫାଇନଲରେ 3ନଂ ସ୍ଥାନରେ ଖେଳିବାକୁ ଆସି ପାରିଲେ ନାହିଁ । ଧୋନି 7ନଂରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ କିନ୍ତୁ ସଫଳ ହୋଇ ପାରିଲେ ନାହିଁ । ମ୍ୟାଚ ହାରିଗଲା ଟିମ ଇଣ୍ଡିଆ । ଏହାପରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଲା ଧୋନି ନଂ3ରେ କାହିଁକି ଖେଳିବାକୁ ଆସିଲେ ନାହିଁ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.