ETV Bharat / sports

ଭାରତ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟି-20: ମହଙ୍ଗା ପଡିଲା ଖରାପ ଫିଲ୍ଡିଂ

author img

By

Published : Dec 9, 2019, 4:32 AM IST

ଭାରତୀୟ ଦଳକୁ ମହଙ୍ଗା ପଡିଲା ଖରାପ ଫିଲ୍ଡିଂ । ଦ୍ବିତୀୟ ଟି-20ରେ ୱେଷ୍ଟଇଣ୍ଡିଜ ଭାରତକୁ 8 ୱିକେଟ୍‌ରେ ହରାଇ ସିରିଜ୍‌ ବରାବର କରିଛି । ସେପଟେ ମ୍ୟାଚରେ ଖରାପ ଫିଲ୍ଡିଂକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି କ୍ୟାପଟେନ୍‌ ବିରାଟ କୋହଲି ।

Virat Kohli
ମହଙ୍ଗା ପଡିଲା ଖରାପ ଫିଲ୍ଡିଂ

ଥିରୁଅନନ୍ତପୁରମ: ଭାରତୀୟ ଦଳକୁ ମହଙ୍ଗା ପଡିଲା ଖରାପ ଫିଲ୍ଡିଂ । ଦ୍ବିତୀୟ ଟି-20ରେ ୱେଷ୍ଟଇଣ୍ଡିଜ ଭାରତକୁ 8 ୱିକେଟ୍‌ରେ ହରାଇ ସିରିଜ୍‌ ବରାବର କରିଛି । ଲିଣ୍ଡଲ ସିମନ୍ସ 45 ବଲରେ 4 ଚୌକା ଓ 4 ଛକା ସହ 67 ରନର ପାଳି ଖେଳି ଇଣ୍ଡିଜକୁ ବିଜୟୀ କରାଇଛନ୍ତି । ତେବେ ମ୍ୟାଚ୍‌ରେ ଭାରତୀୟ ଫିଲ୍ଡର ଏକାଧିକ କ୍ୟାଚ୍‌ ସୁଯୋଗକୁ ହାତଛଡା କରିଥିଲେ । ଫଳରେ ମ୍ୟାଚ୍‌ ଭାରତ ହାତରୁ ଚାଲିଯାଇଥିଲା ।

ମ୍ୟାଚ୍‌ ପରେ କ୍ୟାପଟେନ୍‌ ବିରାଟ କୋହଲି କହିଛନ୍ତି କି, ଖରାପ ଫିଲ୍ଡିଂ କଲେ ଯେତେ ରନ୍‌ କଲେ ଏହା କମ ହେବ । ଏଥିସହିତ ଶେଷ 4 ଓଭରରେ ରନ ସଂଗ୍ରହ ହାର କମ ରହିଥିଲା । ମ୍ୟାଚ୍‌ର 16 ତମ ଓଭର ପର୍ଯ୍ୟନ୍ତ ଭାରତର ସ୍କୋର 140 ରହିଥିଲା । ମାତ୍ର ଶେଷ 4 ଓଭରରେ ଭାରତ 30 ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ଏକ ବଡ ଟାର୍ଗେଟ ସେଟ୍‌ କରିବାରେ ଦଳ ବିଫଳ ହୋଇଥିଲା ।

Intro:Body:

ହାଇଦ୍ରାବାଦ: ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.