ETV Bharat / sports

ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବା ଆଶା କ୍ଷୀଣ: ଶ୍ରୀକାନ୍ତ - କ୍ରିଷ୍ଣମାଚାରୀ ଶ୍ରୀକାନ୍ତ

ଧୋନିଙ୍କୁ ନେଇ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଦେଇଛନ୍ତି ନିଜ ମତ । ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବାର ଆଶା ବହୁତ କ୍ଷୀଣ । ଅଧିକ ପଢ଼ନ୍ତୁ...

If IPL doesn't happen, MS Dhoni's chances are very bleak,  K. Shrikant, ଧୋନିଙ୍କ ଟିମକୁ ଫେରିବା ଆଶା କ୍ଷୀଣ, କ୍ରିଷ୍ଣମାଚାରୀ ଶ୍ରୀକାନ୍ତ, ମହେନ୍ଦ୍ର ସିଂହ ଧୋନି
ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବା ଆଶା କ୍ଷୀଣ: ଶ୍ରାକାନ୍ତ
author img

By

Published : Apr 12, 2020, 1:28 AM IST

Updated : Apr 12, 2020, 2:26 AM IST

ମୁମ୍ବାଇ: ଆଇପିଏଲର 13ତମ ସଂସ୍କରଣ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ହୋଇଥାନ୍ତା ଟେଷ୍ଟିଙ୍ଗ ଗ୍ରାଉଣ୍ଡ । କିଛି ଲୋକ ଧୋନିଙ୍କ କ୍ୟାରିୟର ସମାପ୍ତ ହୋଇଯାଇଛି ବୋଲି କହୁଥିବା ବେଳେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଅନ୍ୟ କିଛି ଲୋକ କହିଛନ୍ତି ଯେ ଆଇପିଏଲ ହିଁ ହେଉଛି ଧୋନିଙ୍କ ଟିମକୁ ଫେରିବାର ଏକମାତ୍ର ବାଟ । ଆଇପିଏଲରେ ଖେଳିବା ପରେ ହିଁ ଧୋନି ବର୍ଷ ଶେଷରେ ହେବାକୁ ଥିବା ଟି-20 ବିଶ୍ବକପରେ ଖେଳିବେ ନା ନାହିଁ ତାହାର ନିଷ୍ପତ୍ତି ହୋଇ ଥାନ୍ତା । ତେବେ ଧୋନିଙ୍କୁ ନେଇ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଦେଇଛନ୍ତି ନିଜ ମତ ।

ସେ କହିଛନ୍ତି ଯେ, ଯଦି ସେ ଚୟନକର୍ତ୍ତା କମିଟିରେ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ଆଇପିଏଲ ନହୋଇ ଥିଲେ ଧୋନିଙ୍କ ଟିମକୁ ଫେରିବାର ଆଶା ବହୁତ କ୍ଷୀଣ । ସିଧାସଳଖ କହିବାକୁ ଗଲେ ମୋ ମତରେ କେ.ଏଲ ରାହୁଲ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ରହିବେ । ଋଷଭ ପନ୍ତଙ୍କୁ ନେଇ ଏବେ ବି ମନରେ ଦ୍ବନ୍ଦ ଅଛି । କିନ୍ତୁ ସେ ନିଶ୍ଚିତ ଜଣେ ପ୍ରତିଭାବାନ ଖେଳାଳି ।

‘‘ତେବେ ଧୋନିଙ୍କୁ ବିଶ୍ବକପ ପାଇଁ ନେଇ ଯିବାରେ ମତେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହା ମଧ୍ୟ ସତ ଯେ ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବା କଷ୍ଟସାଧ୍ୟ । ସତ କହିବାକୁ ଗଲେ ଧୋନି ବର୍ତ୍ତମାନ ମଧ୍ୟ ଖୁବ ଫିଟ ଅଛନ୍ତି, ସେ ଜଣେ ମହାନ ଖେଳାଳି । ମୁଁ ନିଜେ ଧୋନିଙ୍କର ଜଣେ ବଡ ଫ୍ୟାନ’’ ବୋଲି କହିଛନ୍ତି ଶ୍ରୀକାନ୍ତ ।

Last Updated : Apr 12, 2020, 2:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.