ଲଣ୍ଡନ: ବିଶ୍ବକପ ଲଢେଇରେ ଆଜି ଶ୍ରୀଲଙ୍କାର ବିଜୟ ହୋଇଛି । ୱେଷ୍ଟଇଣ୍ଡିଜକୁ 23 ରନରେ ହରାଇଛି ଶ୍ରୀଲଙ୍କା । 339 ରନର ବଡ ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ 315ରନରେ ଅଟକିଯାଇଥିଲା । ନିକୋଲାସ ପୋରନଙ୍କ 103 ବଲରୁ 118 ରନର ଶତକୀୟ ପାଳି ୱେଷ୍ଟଇଣ୍ଡିଜକୁ ବିଜୟୀ କରାଇ ପାରିନାହିଁ ।
ଫାବିଏନ ଆଲେନ 32 ବଲରୁ 51 ରନକରି ରନଆଉଟ ହୋଇଯାଇଥିଲେ । ବିସ୍ଫୋରକ କ୍ରିସ ଗେଲ 2ଟି ଛକା ଓ ଗୋଟିଏ ଚୌକା ସହାୟତାରେ 35, କ୍ୟାପଟେନ ଜେସନ ହୋଲ୍ଡର 26 ଓ ସିମ୍ରନ ହେଟମେୟର 29 ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଶେଷ ବିଶ୍ବକପ ଖେଳୁଥିବା ଲାସିଥ ମାଲିଙ୍ଗା 2ଟି ୱିକେଟ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ ସାମ୍ନାରେ 339 ରନର ଟାର୍ଗେଟ ରଖିଥିଲା । ଯୁବ ବ୍ୟାଟ୍ସମ୍ୟାନ ଅଭିସ୍କା ପର୍ଣ୍ଣାଣ୍ଡୋ 103 ବଲରେ 104ରନର ଶତକୀୟ ପାଳି ଖେଳିଥିଲେ ।
କୁସଲ ପରେରା 64, କ୍ୟାପଟେନ ଦିମୁଥ କରୁଣାରତ୍ନେ 32 ଓ ଲାହିରୁ ଥିରିମନେ 45 ରନର ପାଳି ଖେଳି ଖେଳିଥିଲେ । ଏହି ବିଜୟ ପରେ ଶ୍ରୀଲଙ୍କା 8 ଟି ମ୍ୟାଚରୁ 3ୟ ବିଜୟ ସହ 8 ପଏଣ୍ଟରେ ପହଞ୍ଚିଛି ।