ମେଲବୋର୍ଣ୍ଣ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟ । ମହିଳା ଟି-20 କ୍ରିକେଟ ବିଶ୍ବକପ ଇତିହାସରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଭାରତ । ତେବେ କ୍ୟାପଟେନ ହରମନପ୍ରିତ କୌର କେବଳ ଟ୍ରଫି ଦରକାର ଆଉ କିଛି ଦରକାର ନାହିଁ ବୋଲି କହିଛନ୍ତି । ମାର୍ଚ୍ଚ 8 ତଥା ମହିଳା ଦିବସରେ ହରମନପ୍ରିତଙ୍କ ଜନ୍ମଦିନ । ସେଥିପାଇଁ ଜନ୍ମଦିନର ଗିପ୍ଟ ଭାବେ ଟିମ ଉଦ୍ଦେଶ୍ୟରେ, ସେ କେବଳ ଟ୍ରଫି ଚାହାଁନ୍ତି ବୋଲି କହିଛନ୍ତି ।
-
No prizes for guessing what captain @ImHarmanpreet wants as her Birthday Present tomorrow 🎂🎁🏆😉 #TeamIndia #T20WorldCup pic.twitter.com/HPRqRYlo8j
— BCCI Women (@BCCIWomen) March 7, 2020 " class="align-text-top noRightClick twitterSection" data="
">No prizes for guessing what captain @ImHarmanpreet wants as her Birthday Present tomorrow 🎂🎁🏆😉 #TeamIndia #T20WorldCup pic.twitter.com/HPRqRYlo8j
— BCCI Women (@BCCIWomen) March 7, 2020No prizes for guessing what captain @ImHarmanpreet wants as her Birthday Present tomorrow 🎂🎁🏆😉 #TeamIndia #T20WorldCup pic.twitter.com/HPRqRYlo8j
— BCCI Women (@BCCIWomen) March 7, 2020
ଫାଇନାଲ ପର୍ଯ୍ୟନ୍ତ ଭାରତୀୟ ଦଳ ଅପରାଜେୟ ରହିଛି । ତେବେ ଫାଇାଲରେ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ଦମଦାର ଫର୍ମରେ ରହିଛି । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା କଙ୍ଗାରୁ ଦଳ । ତେବେ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିକୁ ପୂର୍ବରୁ ପରାସ୍ତ କରିସାରିଛି ଭାରତ । ସେଥିପାଇଁ ଫାଇନାଲ ମ୍ୟାଚରେ ଭାରତୀୟ ଦଳର ପଲ୍ଲା ଭାରି ରହିଥିବା କୁହାଯାଉଛି ।