ETV Bharat / sports

ମହିଳା ଟି-20 ବିଶ୍ବକପ: ବିଜୟରୁ ଭାରତର ଯାତ୍ରା ଆରମ୍ଭ - କ୍ୟାପଟେନ ହରମନପ୍ରିତ କୌର

icc womens t20 world cupicc womens t20 world cup
icc womens t20 world cup
author img

By

Published : Feb 21, 2020, 4:43 PM IST

Updated : Feb 21, 2020, 5:59 PM IST

17:46 February 21

ବିଜୟ ଦଳ ଟିମ୍‌ ଇଣ୍ଡିଆ

T20WorldCup
ଫଟୋ ସୌଜନ୍ୟ:ଟ୍ବିଟର@T20WorldCup

ସିଡନୀ: ଆଇସିସି ମହିଳା ଟି-20 ବିଶ୍ବକପର ପ୍ରଥମ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆକୁ 17 ରନରେ ମାତ ଦେଇଛି ଭାରତୀୟ ଦଳ । 133 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କଙ୍ଗାରୁ ଦଳ ଭ୍ରମଣକାରୀ ଦଳର ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ 115 ରନରେ ଅଲଆଉଟ ହୋଇଯାଇଛି ।  

ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଅଷ୍ଟ୍ରେଲିଆ । ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ ହରାଇ 132ରନ୍‌ କରିଥିଲା । ତେବେ ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 49(46ବଲ୍‌)ରନ୍‌ କରିଥିଲେ । ସେହିପରି ଶେଫାଳି ବର୍ମା 29(15ବଲ୍‌)ରନ୍‌, ଜେମିମ୍ମା ରୋଡ୍ରିଗ୍ୟୁସ 26(33)ରନ୍‌, ସ୍ମୃତି ମାନ୍ଧନା 10(11ବଲ୍‌)ରନ୍‌  ଓ କ୍ୟାପଟେନ ହରମନପ୍ରିତ କୌର 2ରନ୍‌ ଓ ବେଦା କ୍ରୀଷ୍ଣାମୂର୍ତ୍ତୀ 9ରନ୍‌ କରିଥିଲେ ।  

17:33 February 21

ଅଷ୍ଟ୍ରେଲିଆ ଟିମକୁ 17ରନ୍‌ରେ ମାତ୍‌ ଦେଲା ଟିମ ଇଣ୍ଡିଆ

undefined

ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବା ପାଇଁ କଙ୍ଗାରୁ ଦଳ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଓପନର ଏଲସ ହେଲିଙ୍କ ଅର୍ଦ୍ଧଶତକ ପାଳି ଖେଳିଥିଲେ । 35ବଲ୍‌ରେ 51ରନ୍‌ କରିଥିଲେ ହେଲି । ତେବେ ତାଙ୍କର  ଅର୍ଦ୍ଧଶତକ ବେକାର ଯାଇଛି । ଭାରତୀୟ ବୋଲିଂ ଯାଦୁରେ ମାତ୍ର 115ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି କଙ୍ଗାରୁ ଦଳ ।  

ଭାରତୀୟ ଦଳର ପକ୍ଷରୁ ପୁନମ ଯାଦବ ସର୍ବାଧିକ 4 ଓ୍ବିକେଟ ନେଇଥିବା ବେଳେ ଶିଖା ପାଣ୍ଡେ 3ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ରାଜେଶ୍ବରୀ ଗାଏକ୍ବାଡ ଗୋଟିଏ ଓ୍ବିକେଟ ନେଇଛନ୍ତି ।  

16:25 February 21

ଭାରତୀୟ ମହିଳା ଦଳ ବିଜୟରୁ ମହିଳା ଟି-20 ବିଶ୍ବକପ୍‌ର ଯାତ୍ରା ଆରମ୍ଭ କରିଛନ୍ତି । ଅଷ୍ଟ୍ରେଲିଆ ଟିମକୁ 17ରନ୍‌ରେ ମାତ୍‌ ଦେଇଛି ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆ ଏକାଦଶ: ଏଲସ ହେଲି(ୱିକେଟ କିପର), ବେଥ ମୋନି, ଅସଲେ ଗାର୍ଡନର, ମେଗ ଲାନିଙ୍ଗ(କ୍ୟାପଟେନ), ଏଲିସ ପେରୀ, ରିଚାଲ ହେର୍ନିସ, ଆନାବେଲ ସୁଦରଲାଣ୍ଡ, ଜେସ ଜୋନାସନ, ଡେଲିସା କିମିନ୍ସ, ମୋର୍ଲି ଷ୍ଟ୍ରୋନୋ, ମେଗାନ ସ୍କର୍ଟ ।

ଭାରତୀୟ ଏକାଦଶ: ହରମନପ୍ରିତ କୌର (କ୍ୟାପଟେନ), ତାନିଆ ଭାଟିଆ(ୱିକେଟ କିପର), ରାଜେଶ୍ବରୀ ଗାଏକ୍ବାଡ, ବେଦା କ୍ରୀଷ୍ଣାମୂର୍ତ୍ତୀ, ସ୍ମୃତି ମାନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡି, ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ଶେଫାଳି ବର୍ମା  

Last Updated : Feb 21, 2020, 5:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.