ETV Bharat / sports

କୋରୋନା ପ୍ରଭାବ ଦେଖିବା ପରେ ଟେଷ୍ଟ ଚାମ୍ପିଅନସିପ କାର୍ଯ୍ୟସୂଚୀ ସମୀକ୍ଷା କରିବ ଆଇସସିସି

author img

By

Published : Jun 29, 2020, 7:10 PM IST

ଟି-20 ବିଶ୍ବକପ ନୁହେଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସଂସ୍କରଣକୁ ନେଇ ଅଧିକ ଚିନ୍ତିତ ଆଇସିସି । କାର୍ଯ୍ୟସୂଚୀ ଉପରେ କରିବ ପୁନଃ ସମୀକ୍ଷା । ଅଧିକ ପଢ଼ନ୍ତୁ...

ICC to review World Test Championship schedule, COVID-19 impact, World Test Championship, ବିଶ୍ବ ଟେଷ୍ଟ ଚାମ୍ପିୟନସିପ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ କାର୍ଯ୍ୟସୂଚୀ ସମୀକ୍ଷା କରିବ ଆଇସସିସି, କୋରୋନା ପ୍ରଭାବ
ବିଶ୍ବ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସଂସ୍କରଣକୁ ନେଇ ଅଧିକ ଚିନ୍ତିତ ଆଇସିସି

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ବକପର ଭାଗ୍ୟ ଆଇସିସି ନିର୍ଦ୍ଧାରଣ କକିବ ବୋଲି ସମସ୍ତେ ଚାହିଁ ରହିଥିବା ବେଳେ ଅନ୍ତର୍ଜାତୀୟ ପରିଷଦ ଏଥିପ୍ରତି କୌଣସି ଚିନ୍ତା ପ୍ରକଟ କରୁ ନାହିଁ । ତେବେ ବର୍ତ୍ତମାନ ଆଇସିସିର ଚିନ୍ତାର କାରଣ ପାଲଟିଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଉଦଘାଟନୀ ସଂସ୍କରଣ ଯାହାର କାର୍ଯ୍ୟସୂଚୀ ପୁନଃ ନିର୍ଦ୍ଧାରଣ କରାଯିବା ନେଇ ସୂଚନା ରହିଛି ଯେତେବେଳେ କି କୋରୋନା ମହାମରୀ କାରଣରୁ ଟେଷ୍ଟ ସିରିଜ ଗୁଡିକ ବାତିଲ କିମ୍ବା ସ୍ଥଗିତ ରଖିବା ବାଧ୍ୟତା ମୂଳକ ହୋଇଛି ।

ICC to review World Test Championship schedule, COVID-19 impact, World Test Championship, ବିଶ୍ବ ଟେଷ୍ଟ ଚାମ୍ପିୟନସିପ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ କାର୍ଯ୍ୟସୂଚୀ ସମୀକ୍ଷା କରିବ ଆଇସସିସି, କୋରୋନା ପ୍ରଭାବ
WTC ଟେବୁଲ

ଆଇଏନଏସ ସହିତ କଥାବାର୍ତ୍ତା କରି ଜଣେ ଆଇସିସି ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି FTP (ଫ୍ୟୁଚର ଟୁର ପ୍ରୋଗ୍ରାମ)କୁ କାର୍ଯ୍ୟ କରିବାକୁ ପଡିବ କାରଣ ମହାମାରୀ ଯୋଗୁଁ ଦ୍ବିପାକ୍ଷିକ ପ୍ରତିଶ୍ରୁତି ପାଳନ କରିବା ଦେଶମାନଙ୍କ ପାଇଁ ପ୍ରାୟ ଅସମ୍ଭବ ହୋଇପଡିଛି। କିନ୍ତୁ FTP ଉପରେ ମହାମରୀର ସାମଗ୍ରିକ ପ୍ରଭାବ ବୁଝିବା ପରେ ହିଁ ଏହା ଉପରେ କାର୍ଯ୍ୟ କରାଯିବ।

‘‘ବର୍ତ୍ତମାନ କିଛି ପରିବର୍ତ୍ତନ ହୋଇନାହିଁ, ଯେତେବେଳେ କି ଆମେ ବୁଝିପାରୁଛୁ କ୍ରିକେଟ କେତେ ହଜିଯାଇଛି ଏବଂ କେତେବେଳେ ଟି-20 ବିଶ୍ବକପ ଅନୁଷ୍ଠିତ ହୋଇପାରିବ। ବ୍ୟାଘାତ ହୋଇଥିବା FTP କାର୍ଯ୍ୟକ୍ରମକୁ 2023 ପର୍ଯ୍ୟନ୍ତ ସାମୂହିକ ଭାବରେ ସମୀକ୍ଷା କରିବାକୁ ପଡିବ ଓ କୋଭିଡ-19 ହେତୁ ସ୍ଥଗିତ ରହିଥିବା କ୍ରିକେଟକୁ ପୁନଃ ନିର୍ଦ୍ଧାରଣ କରିବାକୁ ହେବ ।’’

‘‘ଉଭୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଏବଂ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗର ଭବିଷ୍ୟତ ବିଷୟରେ ଆଲୋଚନା ଏବଂ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ଯେତେବେଳେ ପ୍ରତିଯୋଗିତାରେ ହଜିଯାଇଥିବା କ୍ରିକେଟର ପ୍ରଭାବ ବିଷୟରେ ଅଧିକ ବୁଝାମଣା ହୋଇ ପାରିବ,’’ ବୋଲି ଅଧିକାରୀ ଜଣକ କହିଛନ୍ତି।

ଆଇସିସି ବୋର୍ଡ ସଦସ୍ୟ ନିଶ୍ଚିତ କରିଛନ୍ତି ଯେ ନିକଟରେ ହୋଇଥିବା ଆଇସିସି ବୈଠକରେ ମହାମାରୀ ହେତୁ ଟେଷ୍ଟ ମ୍ୟାଚ୍ ବାତିଲ ହେବା ସହ ଟେଷ୍ଟ ଚାମ୍ପିୟନଶିପ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଲୋଚନା ହୋଇଛି। କିନ୍ତୁ କ୍ୟାଲେଣ୍ଡର ଉପରେ ପୁନଃ କାର୍ଯ୍ୟ କରିବା ସହଜ ହେବ ନାହିଁ ଏବଂ ସମୟ ଲାଗିବ ।

‘‘ଲୋକଙ୍କ ବିଶ୍ବାସର ବିପରୀତ, ଟି-20 ବିଶ୍ବକପ ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି। ଆପଣ ଜାଣିଥିବେ, ଟେଷ୍ଟ ଚାମ୍ପିଅନସିପ ସମସ୍ତ ସଦସ୍ୟଙ୍କ ଖୁବ ନିକଟତର ଅଟେ। କାରଣ ଅନେକ ବର୍ଷ ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହାକୁ ସ୍ବୀକୃତି ମିଳିଥିଲା । ତେଣୁ ଏହା ସମସ୍ତଙ୍କ ତାଲିକାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରେ ଏବଂ ଏହି ଫର୍ମାଟକୁ ଗୁରୁତ୍ବ ଦିଆଯିବା ଦରକାର ।’’

‘‘ବନ୍ଦ ହୋଇଥିବା ମ୍ୟାଚକୁ ଅନ୍ତର୍ଭୂକ୍ତ କରିବା ପାଇଁ ଆଇସିସି କ୍ୟାଲେଣ୍ଡର ଉପରେ ପୁନଃ କାର୍ଯ୍ୟ କରିବ କିମ୍ବା ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ ଆସିବ ସେନେଇ ଅକ୍ଟୋବର ସୁଦ୍ଧା ନିଷ୍ପତ୍ତି ନିଆଯିବା ଆବଶ୍ୟକ, କାରଣ ପରିସ୍ଥିତି ଯେପରି ହୋଇଛି ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ କାର୍ଯ୍ୟ କରିବା ସମ୍ଭବ ନୁହେଁ । କୋରୋନାଭାଇରସ ମହାମରୀ ଅନେକ ମାତ୍ରାରେ ଖେଳକୁ ପ୍ରଭାବିତ କରିଛି ଓ ଆପଣ ଏଥିପାଇଁ କାହାକୁ ଦାୟୀ କକି ପାରିବେ ନାହିଁ ।’’

‘‘ନିଷ୍ପତ୍ତି ଯାହା ହେଉନା କାହିଁକି, ଏହାକୁ ବୋର୍ଡ ସଦସ୍ୟମାନେ ଏକଜୁଟ ହୋଇ ନେବାକୁ ପଡିବ। ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣକୁ ଯେ ଯଥାଶୀଘ୍ର ସାରିବାକୁ ହେବା ଏଥିରେ କୌଣସି ଦ୍ବିମତ ନାହିଁ । ତେବେ ଏହାମଧ୍ୟ ବିଚାରକୁ ନେବା ଆବଶ୍ୟକ ଯେ କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରଣ କରିବା ପାଇଁ 2-3 ମାସ ସମୟ ଲାଗିବ । କାରଣ ଶେଷରେ ଏହା ହେଉଛି ଦ୍ବିପାକ୍ଷିକ ସିରିଜରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଯାହା WTC ଗଠନ କରେ ତେଣୁ ସଦସ୍ୟ ଦେଶଗୁଡିକ କେଉଁ ସିରିଜ ଖେଳିବେ ତାହାକୁ ପ୍ରାଥମିକତା ଦେବାକୁ ପଡିବ,’’ ବୋଲି ସଦସ୍ୟ ସ୍ପଷ୍ଟ କରିଛନ୍ତି।

ଭାରତ ବର୍ତ୍ତମାନ 360 ପଏଣ୍ଟ ସହ WTC ଟେବୁଲରେ ଆଗୁଆ ରହିଛି, 296 ପଏଣ୍ଟ ସହ ଭାରତ ପଛକୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ 146 ସହ ତୃତୀୟରେ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.