ETV Bharat / sports

ICC ଟେଷ୍ଟ ମାନ୍ୟତା: ଟପ ସ୍ପଟ୍ ହରାଇଲେ କୋହଲି - Steve Smith

911 ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସେହିପରି ଏବେ 906 ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି କୋହଲି । ଅଧିକ ପଢନ୍ତୁ...

icc-test-rankings-steve-smith-displaces-kohli-to-become-no-dot-1
5 ବର୍ଷ ପରେ ଟପ ସ୍ପଟ ହରାଇଲେ କ୍ୟାପ୍ଟେନ କୋହଲି
author img

By

Published : Feb 26, 2020, 6:26 PM IST

ଦୁବାଇ: ପଦ ହରାଇଲେ କିଙ୍ଗ କୋହଲି । ଦୀର୍ଘ ଦିନ ଧରି ଆଇସିସି ଟେଷ୍ଟ ମାନ୍ୟାତର ଟପ୍ପର ଶେଷରେ ହରାଇଲେ ନିଜର ସ୍ଥାନ । କଙ୍ଗାରୁ କ୍ରିକେଟର ଛଡାଇ ନେଲେ ପଦବୀ । ପ୍ରଥମରୁ 2ୟକୁ ଖସିଲେ କୋହଲି । ସଦ୍ୟ ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ମାନ୍ୟତାରେ କୋହଲି ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ତେବେ ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ମାତ୍ର 21ରନ କରପାରିଥିଲେ କହୋଲି । ଯାହା ପାଇଁ ତାଙ୍କୁ ଏହି କ୍ଷତି ସହିବାକୁ ପଡିଛି ।

icc-test-rankings-steve-smith-displaces-kohli-to-become-no-dot-1
5 ବର୍ଷ ପରେ ଟପ ସ୍ପଟ ହରାଇଲେ କ୍ୟାପ୍ଟେନ କୋହଲି

ତେବେ 911 ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସେହିପରି ଏବେ 906 ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି କୋହଲି । 2015 ପରେ 8ମ ଥର ପାଇଁ ଶୀର୍ଷ ସ୍ଥାନରେ ବସିଛନ୍ତି ସ୍ମିଥ । 2015 ପରଠୁ ଲଗାତାର ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରି ଚାଲିଥିଲେ କୋହଲି । ତେବେ ମାନ୍ୟତାରେ ଫାଇଦା ପାଇଥିବା ଅନ୍ୟତମ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ । 853 ପଏଣ୍ଟ ସହ ସେ 3ୟ ସ୍ଥାନକୁ ଉଠିଛନ୍ତି । ତେବେ ୱିଲିୟମସନ 2015 ଡିସେମ୍ବରରେ 8 ଦିନ ପାଇଁ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିଲେ ।

ଅନ୍ୟପଟେ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଓପନର ମୟଙ୍କ ଅଗ୍ରୱାଲଙ୍କୁ ଫାଇଦା ହୋଇଛି । ମାନ୍ୟତାର 8ମ ସ୍ଥାନରେ ରାହାଣେ ଥିବାବେଳେ 10 ସ୍ଥାନରେ ମୟଙ୍କ ରହିଛନ୍ତି । ପ୍ରଥମ ଟେଷ୍ଟରେ 75 ରନ୍ କରିଥିବା ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ସେହିପରି 92 ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ଦୁଇଟି ସ୍ଥାନର ଫାଇଦା ହୋଇଛି । ମାତ୍ର ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରାଙ୍କୁ ମାନ୍ୟାତାରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ପୂଜାରାଙ୍କୁ ଦୁଇଟି ସ୍ଥାନର କ୍ଷତି ହୋଇଛି ଏବଂ ସେ 9କୁ ଖସି ଆସିଛନ୍ତି ।

ସେହିପରି ବୋଲିଂ ତାଲିକାରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ସ୍ଥାନ ଖସି ଏବେ 9ରେ ପହଞ୍ଚିଛନ୍ତି । ଇଶାନ୍ତ ଶର୍ମାଙ୍କୁ ଗୋଟିଏ ସ୍ଥାନ ଉପରକୁ ଉଠି 17ତମ ସ୍ଥାନରେ ପହଞ୍ଚିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.