ETV Bharat / sports

ନୂଆ ବର୍ଷର ନୂଆ ଟେଷ୍ଟ ମାନ୍ୟତାରେ ବିରାଟ ଟପର

928 ଅଙ୍କ ସହ ବିରାଟ ଆଇସିସି ଟେଷ୍ଟ ମ୍ୟାନତାର ଶୀର୍ଷରେ ବସିଥିବା ବେଳେ 911 ଅଙ୍କ ସହ 2ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ । ଅଧିକ ପଢନ୍ତୁ...

icc-test-rankings-kohli-stays-on-top
ନୂଆ ବର୍ଷର ନୂଆ ଟେଷ୍ଟ ମାନ୍ୟତାରେ ବିରାଟ ଟପ୍ପର
author img

By

Published : Jan 8, 2020, 9:33 PM IST

ଦୁବାଇ: ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । 2020 ବର୍ଷ ଆରମ୍ଭରେ ମଧ୍ୟ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛନ୍ତି କ୍ୟାପଟେନ କୋହଲି । 928 ଅଙ୍କ ସହ ବିରାଟ ଶୀର୍ଷରେ ବସିଥିବା ବେଳେ 911 ଅଙ୍କ ସହ 2ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ।

ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ମାନ୍ୟତାରେ ଦୃତ ଗତିରେ ବଢୁଛନ୍ତି ଅଷ୍ଟ୍ରେଲିଆର ଯୁବ ଖେଳାଳି ମାରନସ୍‌ ଲାବୁସଚେଞ୍ଜ । ପୂର୍ବ ପ୍ରକାଶିତ ମାନ୍ୟତାର ଗୋଟିଏ ସ୍ଥାନ ଉପରକୁ ଉଠି 3ୟ ସ୍ଥାନରେ ରହିଛନ୍ତି ଏହି କଙ୍ଗାରୁ ଖେଳାଳି । ସଦ୍ୟସମାପ୍ତସ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରଜର 3ୟ ମ୍ୟାଚରେ 215 ଓ 59ରନର ପାଳି ଖେଳି ସେ ଏହି ସଫଳତା ପାଇଛନ୍ତି ।

ତେବେ ଭାରତୀୟ ଖେଳାଳିଙ୍କ କ୍ଷେତ୍ରରେ କୋହଲିଙ୍କ ବ୍ୟତିତ ଟପ୍‌ 10ରେ ଥିବା ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହଣେଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି । ଉଭୟ ଗୋଟିଏ ଗୋଟିଏ ପଏଣ୍ଟ ତଳକୁ ଖସି ଯଥାକ୍ରମେ 6ଷ୍ଠ ଓ 9ମ ସ୍ଥାନରେ ରହିଛନ୍ତି । ସେହିପରି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍‌ 5ଟି ସ୍ଥାନ ଉପରକୁ ଉଠି ଟପ୍‌-10ରେ ପ୍ରବେଶ କରିଛନ୍ତି ।

ସେହିପରି ବୋଲିଂ ମାନ୍ୟତାର ଟପରେ ରହିଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ । ଭାରତୀୟ ବୋଲରଙ୍କ ମଧ୍ୟରେ ଜଶପ୍ରିତ୍‌ ବୁମରା, ରବିଚନ୍ଦ୍ରନ ଚନ୍ଦ୍ରନ ଅଶ୍ବୀନ ଓ ମହମ୍ମଦ ଶାମୀ ଯଥାକ୍ରମେ 6ଷ୍ଠ, 9ମ ଓ 10 ସ୍ଥାନରେ ରହିଛନ୍ତି ।

Intro:Body:

ss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.