ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଛି, ମାତ୍ର କ୍ୟାପଟେନ ବିରାଟ କୋହଲି ଆଇସିସି ବିଶ୍ବ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ଷ୍ଟିଭ ସ୍ମିଥଙ୍କ ନିକଟତର ହୋଇଛନ୍ତି । ଆଡିଲେଡ ଟେଷ୍ଟର ପ୍ରଥମ ଇଂନିସରେ କୋହଲି 74 ରନର ଦମଦାର ଇଂନିସ ଖେଳିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇଥିଲେ । ଏହି ଅର୍ଦ୍ଧଶତକୀୟ ଇଂନିସ ସହାୟତାରେ ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଦୁଇ ପଏଣ୍ଟ ହାସଲ କରିଛନ୍ତି କୋହଲି ।
-
🌟 Josh Hazlewood storms into top 5️⃣
— ICC (@ICC) December 20, 2020 " class="align-text-top noRightClick twitterSection" data="
🌟 R Ashwin climbs up one spot to No.9️⃣
Check out the latest @MRFWorldwide ICC Test Player Rankings for bowling 👉 https://t.co/OMjjVwOboH pic.twitter.com/aoIIhBUiPH
">🌟 Josh Hazlewood storms into top 5️⃣
— ICC (@ICC) December 20, 2020
🌟 R Ashwin climbs up one spot to No.9️⃣
Check out the latest @MRFWorldwide ICC Test Player Rankings for bowling 👉 https://t.co/OMjjVwOboH pic.twitter.com/aoIIhBUiPH🌟 Josh Hazlewood storms into top 5️⃣
— ICC (@ICC) December 20, 2020
🌟 R Ashwin climbs up one spot to No.9️⃣
Check out the latest @MRFWorldwide ICC Test Player Rankings for bowling 👉 https://t.co/OMjjVwOboH pic.twitter.com/aoIIhBUiPH
ଷ୍ଟିଭ ସ୍ମିଥ 901 ପଏଣ୍ଟ ସହ ମାନ୍ୟତାର ଶୀର୍ଷରେ ରହିଛନ୍ତି । କୋହଲି 888 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଡିଲେଡ ଟେଷ୍ଟ ପୂର୍ବରୁ ସ୍ମିଥ 911 ପଏଣ୍ଟରେ ଶୀର୍ଷରେ ରହିଥିଲେ । ତେବେ ମ୍ୟାଚର ଉଭୟ ଇଂନିସରେ ସ୍ମିଥ 1 , 1 ରନରେ ଆଉଚ ହେବାପରେ 10 ପଏଣ୍ଟ ହରାଇଛନ୍ତି ।
ସେହିପରି ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ କ୍ୟାରିୟରର ଶ୍ରେଷ୍ଠ 939 ପଏଣ୍ଟ ହାସଲ କରିଛନ୍ତି । ଲବୁସାନ ଆଡିଲେଡ ଟେଷ୍ଟର ପ୍ରଥମ ଇଂନିସରେ 47 ରନ ସଂଗ୍ରହ କରିଥିଲେ ।
ଆଡିଲେଡ ଟେଷ୍ଟରେ ପ୍ଲେଆର ଅଫ ଦ ମ୍ୟାଚ ହୋଇଥିବା ଅଷ୍ଟ୍ରେଲୀୟ କ୍ୟାପଟେନ ଟିମ ପେନ 592 ପଏଣ୍ଟ ସହ କ୍ୟାରିୟରର ଶ୍ରେଷ୍ଠ 33ତମ ସ୍ଥାନରେ ରହିଛନ୍ତି । ପେନଙ୍କ ଅପରାଜିତ 73 ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା ।
ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ବୋଲିଂ ମାନ୍ୟତାରେ ରବିଚନ୍ଦ୍ରନ ଅଶ୍ବିନ 9ମ ସ୍ଥାନରେ ପହଞ୍ଚିବା ସହ ଜଶପ୍ରୀତ ବୁମରାଙ୍କୁ ପଛରେ ପକାଇଛନ୍ତି । ଫଳରେ ଭାରତୀୟ ବୋଲର ଭାବେ ଶୀର୍ଷ ମାନ୍ୟତାରେ ଥିବା ବୋଲର ହୋଇଛନ୍ତି ଅଶ୍ବିନ ।
ଅନ୍ୟପଟେ ଆଡିଲେଡ ଟେଷ୍ଟରେ ଖେଳିବାରୁ ସୁଯୋଗ ପାଇନଥିବା ରବିନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଲରାଉଣ୍ଡର ତାଲିକାରେ ଅପରିବର୍ତ୍ତିତ ରହିଛନ୍ତି ।
ଅଷ୍ଟ୍ରେଲୀୟ ବୋଲର ପାଟ କମିନ୍ସ ଆଡିଲେଡ ଟେଷ୍ଟରେ 7ଟି ୱିକେଟ ହାସଲ କରିବା ପରେ, 904 ପଏଣ୍ଟରୁ 910 ପଏଣ୍ଟରେ ପହଞ୍ଚିଛନ୍ତି । ଫଳରେ 6 ପଏଣ୍ଟ ଅଧିକ ହାସଲ କରି ଦ୍ବିତୀୟ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କ ଠାରୁ ଅଗ୍ରଣୀକୁ ବଢାଇଛନ୍ତି । ସେହିପରି ଜସ ହେଜେଲଉଡ 4ଟି ସ୍ଥାନ ଉପରକୁ ଉଠି 808 ପଏଣ୍ଟ ସହ 5ମ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ