ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । 928 ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି ।

911 ପଏଣ୍ଟ ସହ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ 2ୟ ସ୍ଥାନରେ ରହିଛନ୍ତି । 3ୟରେ 864 ପଏଣ୍ଟ ସହ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ରହିଛନ୍ତି । ଅନ୍ୟତମ ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରା 791 ପଏଣ୍ଟ ସହ 4ର୍ଥରେ ରହିଛନ୍ତି । 5ମରେ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ରହିଛନ୍ତି ।
ଶ୍ରେଷ୍ଠ 10 ଟେଷ୍ଟ ବ୍ୟାଟ୍ସମ୍ୟାନ ମଧ୍ୟରେ ପାକିସ୍ତାନର ବାବର ଆଜାମ 767 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । 7ମରେ ଅଜିଙ୍କ୍ୟ ରାହାଣେ ଓ ଅଷ୍ଟମରେ ଡେଭିଡ ୱାର୍ଣ୍ଣର ରହିଛନ୍ତି । 9ମରେ ଜୋ ରୁଟ ଓ 10ମ ସ୍ଥାନରେ ରସ ଟେଲର ରହିଛନ୍ତି ।