ETV Bharat / sports

ଆଇସିସି ଟି-20 ମାନ୍ୟତା: ବିରାଟ-ରୋହିତଙ୍କୁ ଟପିଲେ ରାହୁଲ

ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ପୂର୍ବଭଳି 6ଷ୍ଠ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଓପନର ଶିଖର ଧୱନ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି।

author img

By

Published : Jan 11, 2020, 7:08 PM IST

icc-t20-rankings-kl-rahul-remains-top-ranked-india-batsman
ଆଇସିସି ଟି-20 ମାନ୍ୟତା

ଦୁବାଇ: ଚଳିତ ବର୍ଷର ପ୍ରଥମ ଟି-20 ମାନ୍ୟତା ଜାରି କରିଛି ଆଇସିସି । ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜକୁ ଭାରତ କବଜା କରିବା ପରେ ଆଇସିସି ପକ୍ଷରୁ ଏହି ନୂଆ ମାନ୍ୟତା ଜାରି କରାଯାଇଛି । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଜବରଦସ୍ତ ଫର୍ମରେ ଥିବା ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ପୂର୍ବଭଳି 6ଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟପଟେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଓପନର ଶିଖର ଧୱନ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି।

ଘରୋଇ ସିରିଜର 2ଟି ମ୍ୟାଚ୍‌ରେ 45 ଓ 54 ରନର ପାଳି ଖେଳିଥିବା କେଏଲ ରାହୁଲ 26 ପଏଣ୍ଟ ପାଇଛନ୍ତି । ଦିନିକିଆ ଓ ଟେଷ୍ଟ ମାନ୍ୟତାର ଶୀର୍ଷରେ ଥିବା ବିରାଟ ଟି-20 ମାନ୍ୟତାର 9ମ ସ୍ଥାନରେ ରହିଛନ୍ତି। ସେହିପରି ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି 15 ତମ ସ୍ଥାନରେ ପହଞ୍ଚିଛନ୍ତି। ମାନ୍ୟତାର ଶୀର୍ଷରେ ପାକିସ୍ତାନର ବାବର ଆଜମ୍‌ ପୂର୍ବଭଳି ରହିଛନ୍ତି। ଯୁବ ଭାରତୀୟ ଖେଳାଳି ମନୀଷ ପାଣ୍ଡ 4 ଟି ସ୍ଥାନ ଉପରକୁ ଉଠି 70ତମ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲରଙ୍କ ମାନ୍ୟତାରେ ମଧ୍ୟ ଜବରଦସ୍ତ ଉନ୍ନତି ଦେଖାଦେଇଛି। ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ୍‌ରେ ମ୍ୟାନ ଅଫ ଦି ସିରିଜ୍‌ ପାଇଥିବା ନଭଦୀପ ସୈନି 146ଟି ସ୍ଥାନ ଲମ୍ଫ ମାରି ବୋଲିଂ ମାନ୍ୟତାର 98ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.