ETV Bharat / sports

ICC ଟି-20 ରାଙ୍କିଙ୍ଗ ତାଲିକା ପ୍ରକାଶିତ: ଟପରେ ଶେଫାଲି ବର୍ମା

author img

By

Published : Mar 4, 2020, 1:31 PM IST

ଆଇସିସି ମହିଳା ଟି-20 ବ୍ୟାଟିଂ ତାଲିକାର ଶୀର୍ଷରେ ଭାରତୀୟ କ୍ରିକେଟର ଶେଫାଲି ବର୍ମା । 19 ସ୍ଥାନ ଉପରକୁ ଉଠି ଟପ ସ୍ପଟ ପାଇଲେ ଶେଫାଲି । ଅଧିକ ପଢ଼ନ୍ତୁ...

icc t-20 ranking, Shafali Verma in top, shafali verma risen 19 places, shafali in top spot, shefali verma, ICC ଟି-20 ରାଙ୍କିଙ୍ଗ ତାଲିକା, ICC ଟି-20 ରାଙ୍କିଙ୍ଗ, ଟପ ସ୍ପଟରେ ଶେଫାଲି ବର୍ମା
ICC ଟି-20 ରାଙ୍କିଙ୍ଗ ତାଲିକା ପ୍ରକାଶିତ: ଟପ ସ୍ପଟରେ ଶେଫାଲି ବର୍ମା

ହାଇଦ୍ରାବାଦ: ମହିଳା ଟି-20 ବିଶ୍ବକପରେ 16 ବର୍ଷୀୟା ଶେଫାଲି ବର୍ମାଙ୍କ ଧୂଆଁଧାର ବ୍ୟାଟିଂ ସଭିଙ୍କୁ ଅଭିଭୂତ କରିଛି । ଶେଫାଲିଙ୍କ ଦମଦାର ବ୍ୟାଟିଂ କାରଣରୁ ଚଳିତ ଟି-20 ବିଶ୍ବକପର ପ୍ରତି ମ୍ୟାଚରେ ଭାରତକୁ ବେଶ ଲାଭ ହୋଇଛି । ଆଉ ପ୍ରଥମ ଥର ଭାରତ ଟି-20 ଫାଇନାଲ ଖେଳିବାକୁ ପ୍ରସ୍ତୁତ ହେଉଛି । ଗୁରୁବାର ଭାରତ ଇଂଲଣ୍ଡ ସହ ଖେଳିବ ସେମି ଫାଇନାଲ । ତେବେ ତା ପୂର୍ବରୁ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଶେଫାଲି ଆଇସିସି ରାଙ୍କିଙ୍ଗ ତାଲିକାରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ।

ବୁଧବାର ଆଇସିସି ପ୍ରକାଶ କରିଛି ମହିଳା ଟି-20 ରାଙ୍କିଙ୍ଗ ତାଲିକା । ଯେଉଁଥିରେ ଭାରତୀୟ କ୍ରିକେଟର ଶେଫାଲି ବର୍ମା 19ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନରେ ପହଁଞ୍ଚିଛନ୍ତି । ମାତ୍ର 18ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳିଥିବା ଶେଫାଳି ଚଳିତ ଟି-20 ବିଶ୍ବକପରେ ଏପର୍ଯ୍ୟନ୍ତ 47,46, 39, 29 ରନର ପାଳି ଖେଳିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ ଦୁଇଥର ପ୍ଲେୟର ଅଫ ଦ ମ୍ୟାଚ ମଧ୍ୟ ବିବେଚିତ ହୋଇଛନ୍ତି ।

ଓପନିଂ ବ୍ୟାଟ୍ସମ୍ୟାନ ଶେଫାଲି ବର୍ମା 761 ଅଙ୍କ ସହ ଶୀର୍ଷରେ ରହିଥିବା ବେଳେ ଗୋଟିଏ ସ୍ଥାନ ତଳକୁ ଖସି 750 ଅଙ୍କ ସହ ଦ୍ବିତୀୟରେ ରହିଛନ୍ତି ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.