ETV Bharat / sports

ଟି-20 ବିଶ୍ବକପ ପାଇଁ ଆମ ପାଖରେ ପ୍ଲାନ ବି ଅଛି: ଆଇସିସି - ଆଇସିସି

ଭାରତରେ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ ପାଇଁ ବିକଳ୍ପ ଯୋଜନା ରହିଛି। କିନ୍ତୁ ଭାରତ ଛଡ଼ା ଏହା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ପ୍ରଶ୍ନ ଉଠୁନାହିଁ। ଅଧିକ ପଢ଼ନ୍ତୁ...

ଟି-20 ବିଶ୍ବକପ ପାଇଁ ଆମ ପାଖରେ ପ୍ଲାନ ବି ଅଛି: ଆଇସିସି

author img

By

Published : Apr 7, 2021, 6:49 PM IST

ନୂଆଦିଲ୍ଲୀ: "ଭାରତରେ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ ପାଇଁ ବିକଳ୍ପ ଯୋଜନା ରହିଛି। କିନ୍ତୁ ଭାରତ ଛଡ଼ା ଏହା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ପ୍ରଶ୍ନ ଉଠୁନାହିଁ।" ଏହା କହିଛନ୍ତି ଆଇସିସିର ମଧ୍ୟବର୍ତ୍ତୀକାଳୀନ ସିଇଓ ଜେଫ ଆଲାର୍ଡାଇସ୍। ଭାରତରେ କୋରୋନା ସଂକ୍ରମଣ ପୁନଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ବିଶ୍ବକପ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଆଇସିସିର ମଧ୍ୟବର୍ତ୍ତୀକାଳୀନ ସିଇଓ।

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ବିନା ଦର୍ଶକରେ ଆୟୋଜିତ ହେବ ଆଇପିଏଲର 14ତମ ସଂସ୍କରଣ। ଏକ ଭର୍ଚୁଆଲ ବୈଠକରେ ଜେଫ ଆଲାର୍ଡାଇସ୍ କହିଛନ୍ତି ଯେ, "ଆଇସିସି ଟି-20 ବିଶ୍ବକପ ପାଇଁ ଯେଭଳି ଯୋଜନା ହୋଇଥିଲା ତାହାରି ଉପରେ ହିଁ କାର୍ଯ୍ୟ କରାଯାଉଛି। ଆମ ପାଖରେ ପ୍ଲାନ ବି ଅଛି। କିନ୍ତୁ ପ୍ଲାନ ବି'କୁ ନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହାତକୁ ନିଆଯାଇ ନାହିଁ। ବିସିସିଆଇ ସହ ଯୋଗାଯୋଗରେ ରହିଛି ଆଇସିସି।"

ଆଇସିସିର ଜେନେରାଲ୍ ମ୍ୟାନେଜର ଦାୟିତ୍ବରେ ଥିବା ଜେଫ ଆଲାର୍ଡାଇସ୍ ବର୍ତ୍ତମାନ ଆଇସିସିର ମଧ୍ୟବର୍ତ୍ତୀକାଳୀନ ସିଇଓ ଦାୟିତ୍ବରେ ରହିଛନ୍ତି। ପୂର୍ବରୁ ମନୁ ଶାନି ଏହି ପଦବୀରେ ରହିଥିଲେ। ଆଗକୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳାଯିବ। ଏଥିପାଇଁ ଆଇସିସି ବର୍ତ୍ତମାନ ଏହି ଫାଇନାଲ ମ୍ୟାଚ ଉପରେ ଫୋକସ କରିଛି ବୋଲି ଆଇସିସିର ମଧ୍ୟବର୍ତ୍ତୀକାଳୀନ ସିଇଓ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.