ETV Bharat / sports

କୋରୋନା ଭାଇରସ: 2020 ଆଇସିସି ପୁରୁଷ ଟି-20 ବିଶ୍ବକପ ସ୍ଥଗିତ

author img

By

Published : Jul 20, 2020, 7:59 PM IST

Updated : Jul 20, 2020, 8:45 PM IST

ICC Men's T20 World Cup 2020 postponed, due to COVID19 pandemic.
କୋରୋନା ଭାଇରସ: 2020 ଆଇସିସି ପୁରୁଷ ଟି-20 ବିଶ୍ବକପ ସ୍ଥଗିତ

19:54 July 20

ଦୁବାଇ: ସତ ହେଲା ସମସ୍ତ ପୂର୍ବାନୁମାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ  ସ୍ଥଗିତ ହେଲା 2020 ଆଇସିସି ପୁରୁଷ ଟି-20 ବିଶ୍ବକପ  । ଟି-20 ବିଶ୍ବକପ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।  

ଟି-20 ବିଶ୍ବକପ 2020 ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ଏହି ସଂସ୍କରଣର ବିଶ୍ବକପ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବା ନେଇ ଘୋଷଣା ହୋଇଛି । ଫାଇନାଲ ମ୍ୟାଚ 14 ନଭେମ୍ବର 2021ରେ ଖେଳାଯିବ ।  

2022 ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ । ଫାଇନାଲ ମ୍ୟାଚ 13 ନଭେମ୍ବର 2022ରେ ଖେଳାଯିବ ।

ସେହିପରି 2023 ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ । ଫାଇନାଲ ମ୍ୟାଚ ନଭେମ୍ବର 26ରେ ଖେଳାଯିବ । 

ଟି-20 ବିଶ୍ବକପ ସ୍ଥଗିତ ଘୋଷଣା ପରେ, କୋରୋନା ଭାଇରସ ଯୋଗୁଁ ବାତିଲ କିମ୍ବା ସ୍ଥଗିତ ହୋଇଥିବା ଅନତର୍ଜାତୀୟ ମେଗା କ୍ରୀଡା ଇଭେଣ୍ଟ ତାଲିକା ବୃଦ୍ଧି ପାଇଛି । ପୂର୍ବରୁ ଅଲମ୍ପିକ, ୱିମ୍ବଲଡନ ସମେତ ବିଶ୍ବର ଏକାଧିକ ସମ୍ମାନଜନକ ଇଭେଣ୍ଟ ଚଳିତ ବର୍ଷ ସମ୍ଭବ ହୋଇପାରିନାହିଁ ।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2020, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.