ETV Bharat / sports

ବଦଳିଲା ଇତିହାସ ଏଥର ଟେଷ୍ଟ ଜର୍ସିରେ ବି ରହିବ ନାଁ ଓ ନମ୍ବର

ଆଇସିସି ଟେଷ୍ଟ ଖେଳୁଥିବା ଦେଶ ଗୁଡିକର ଖେଳାଳି ମାନଙ୍କୁ ନାଁ ଓ ନମ୍ବର ଥିବା ଜର୍ସି ପିନ୍ଧିବା ପାଇଁ ଅନୁମତି ଦେଇଛି।

author img

By

Published : Mar 23, 2019, 11:02 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଖୁବ ଶିଘ୍ର ବିରାଟ କୋହଲିଙ୍କ ଜର୍ସିରେ 18 ନମ୍ୱର ଓ ତାଙ୍କ ନାଁ ଲେଖାଥିବାର ଦେଖାଯିବ। କାରଣ ଆଇସିସି, ଟେଷ୍ଟ ଖେଳୁଥିବା ଦେଶ ଗୁଡିକର ଖେଳାଳି ମାନଙ୍କୁ ନାଁ ଓ ନମ୍ବର ଥିବା ଜର୍ସି ପିନ୍ଧିବା ପାଇଁ ଅନୁମତି ଦେଇଛି। ଖେଳର ଲମ୍ୱା ସ୍ୱରୁପକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଇଲିଂସ କାଉଣ୍ଟିଂ ଟିମ ଓ ଅଷ୍ଟ୍ରେଲିଆର ରାଜ୍ୟ ଟିମ ଗୁଡିକ ଶିଲ୍ଡ ଟୁର୍ଣ୍ଣାମେଣ୍ଟରେ ନାଁ ଓ ନମ୍ବର ଥିବା ଜର୍ସି ପିନ୍ଧି ମ୍ୟାଚ ଖେଳନ୍ତି। କିନ୍ତୁ ଭାରତୀୟ ଖେଳାଳିଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନୂତନ ଅନୁଭବ ହେବ। ୱାର୍ଲଡ ଚାମ୍ପିୟନସିପର ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନମ୍ୱର ଓ ନାଁ ଥିବା ଜର୍ସି ପିନ୍ଧି ଖେଳିବେ।

ଆଇସିସିର ଜିଏମ ମ୍ୟାନେଜର କ୍ଲେୟର ଫର୍ଲୋଙ୍ଗ ଶୁକ୍ରବାର କହିଛନ୍ତି ଯେ, ‘ଅଗଷ୍ଟ ପହିଲାରୁ ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ ଆରମ୍ଭ ହେବ। ତେଣୁ ଏହି ପଦକ୍ଷେପ ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ପାଇଁ ନିଆଯାଇଛି।’

‘ଆଶା କରୁଛୁ ଯେ ଭାରତୀୟ ଦଳ ପୁରୁଣା ଟେଷ୍ଟ ନମ୍ବର ଗୁଡିକୁ ବ୍ୟବହାର କରିବ ନାହିଁ, ଯେଉଁଥିରେ ସଚିନଙ୍କ 10 ନମ୍ବର ଜର୍ସି ଓ ଧୋନିଙ୍କ 7 ନମ୍ବର ଜର୍ସି ରହିଛି। ଭାରତୀୟ ଟିମ ସଚିନଙ୍କ 10 ନମ୍ବର ଜର୍ସିକୁ ରିଟାୟର କରିଦେଇଛି, ଯାହା ସଚିନ ପିନ୍ଧୁଥିଲେ, ଆଶା କରିବୁ ଯେ ଧୋନିଙ୍କ ଜର୍ସି ସହ ମଧ୍ୟ ଏହା ହିଁ ହେବ।’

icc, green signal, name, number, test jersey, ନୂଆଦିଲ୍ଲୀ, ଟେଷ୍ଟ ଜର୍ସି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@MichaelVaughan

ତେବେ ଏହାର ନିଷ୍ପତ୍ତି ଗତ ସପ୍ତାହରେ ହିଁ ହୋଇଥିବା ଅନୁମାନ କରାଯାଉଛି କାରଣ, ଇଲଂଣ୍ଡର ପୂର୍ବତନ ଅଧିନାୟକ ମାଇକଲ ୱାନ ଗତ ସପ୍ତାହରେ ଏନେଇ ଏକ ଟ୍ୱିଟ କରିଥିଲେ। ମାଇକେଲ ଲେଖିଥିଲେ ଯେ ‘ଶୁଣି ଖୁସି ଲାଗିଲା ଯେ ଟେଷ୍ଟ କ୍ରିକଟରେ ମଧ୍ୟ ଜର୍ସିରେ ନାଁ ଓ ନମ୍ବର ରହିବ। ଜର୍ସିକୁ ଅଳ୍ପ ରଙ୍ଗୀନ ମଧ୍ୟ କରିଦିଅ, ଯାହାଫଳରେ ଛୋଟ ପିଲାଙ୍କୁ ମଧ୍ୟ ଏହା ପିନ୍ଧିବାକୁ ଭଲ ଲାଗିବ। ଟେଷ୍ଟ କ୍ରିକେଟକୁ ଏବେ ଅଧିକ ବ୍ୟବସାୟିକ ହେବା ଆବଶ୍ୟକ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.