ETV Bharat / sports

ସିଡନୀ ଟେଷ୍ଟରେ ଜାତିଆଣ ଆକ୍ଷେପକୁ ଆଇସିସିର ନିନ୍ଦା, ସିଏକୁ ମାଗିଲା କାର୍ଯ୍ୟାନୁଷ୍ଠାନ ରିପୋର୍ଟ

author img

By

Published : Jan 10, 2021, 5:22 PM IST

ସିଡନୀ ଟେଷ୍ଟର 4ର୍ଥ ଦିନରେ ମହମ୍ମଦ ସିରାଜଙ୍କୁ ପୁଣି ଅଷ୍ଟ୍ରେଲୀୟ ଦର୍ଶକଙ୍କ ଜାତିଗତ ଆକ୍ଷେପ । କ୍ରିକେଟ ଅଷ୍ଟ୍ରଲିଆକୁ ଆଇସିସି ମାଗିଲା କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଅଧିକ ପଢନ୍ତୁ...

ICC condemns racism in Sydney Test, seeks action taken report from Cricket Australia
ସିଡନୀ ଟେଷ୍ଟରେ ଜାତିଗତ ଆକ୍ଷେପକୁ ଆଇସିସିର ନିନ୍ଦା, ସିଏକୁ ମାଗିଲା କାର୍ଯ୍ୟାନୁଷ୍ଠାନ ରିପୋର୍ଟ

ଦୁବାଇ: ଭାରତୀୟ ଖେଳାଳିଙ୍କୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଗତ ଆକ୍ଷେପକୁ ଘୋର ନିନ୍ଦା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଏଥିସହ ସିରିଜର ଆୟୋଜକ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛି ।

ସିଡନୀ ଟେଷ୍ଟର 4ର୍ଥ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପ୍ରତି ପୁନର୍ବାର ଅଷ୍ଟ୍ରେଲୀୟ ଦର୍ଶକ କଟ୍ଟୁ ଶବ୍ଦ ପ୍ରୟୋଗ କରିଛନ୍ତି । ପରେ ସିରାଜ ତୁରନ୍ତ ଅନେଇ ଅମ୍ପାୟରଙ୍କୁ ଅଭିଯୋଗ କରିଥିଲେ । ଫଳରେ କିଛି ସମୟ ପାଇଁ ଖେଳ ବନ୍ଦ ହୋଇଥିଲା । ପଡିଆ ମଧ୍ୟରେ ସମସ୍ତ ଭାରତୀୟ ଖେଳାଳି ଏକତ୍ର ହୋଇଥିଲେ । ବ୍ୟାଟିଂ କରୁଥିବା ଅଷ୍ଟ୍ରେଲୀୟ କ୍ୟାପଟେନ ଟିମ ପେନ ମଧ୍ୟ ସହଯୋଗ କରୁଥିବା ନଜର ଆସିଥିଲେ । ସୁରକ୍ଷା ଅଧିକାରୀ ଷ୍ଟାଡିୟମରେ ବସିଥିବା କିଛି ଦର୍ଶକଙ୍କୁ ବସିଥିବା ସ୍ଥାନରୁ ଉଠାଇଦେଇଥିଲେ । ତେବେ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛି କ୍ରିକେଟ ଅଷ୍ଟ୍ରେଲିଆ ।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ଆଇସିସି । ଯେକୌଣସି ପ୍ରକାର ଭେଦଭାବ ନେଇ 'ଆଇସିସିର ଜିରୋ ଟଲେରାନ୍ସ ନୀତି' ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ମନୁ ସହନି । "ଆମର ଖେଳରେ କୌଣସି ପ୍ରକାର ଭେଦଭାବର ସ୍ଥାନ ନାହିଁ । ଏପରି ଘଟଣାକୁ ବରଦାସ୍ତ ଆଦୌ ବରଦାସ୍ତ କରାଯିବନାହିଁ । ଅଳ୍ପ କିଛି ହାତଗଣତି ସଂଖ୍ୟାରେ ଦର୍ଶକ ଯଦି ଭାବୁଥାନ୍ତି ଏପରି ଔଦ୍ଧତ୍ୟ ଆଚରଣ ଗ୍ରହଣୀୟ ହେବ ତେବେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ।"

"ଆମର ଏକ କଠୋର ଭେଦଭାବ ବିରୋଧୀ ନୀତି ରହିଛି । ଏହାର ସଦସ୍ୟ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ତେବେ ଗ୍ରାଉଣ୍ଡ ସୁରକ୍ଷା କର୍ମଚାରୀ କିଛି ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରିଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ପଦକ୍ଷେପକୁ ସ୍ବାଗତ । କ୍ରିକେଟ ଅଷ୍ଟ୍ରେଲିଆକୁ ଘଟଣାର ତଦନ୍ତ ପାଇଁ ସମସ୍ତ ସହଯୋଗ ରହିବ । ବାରମ୍ବାର ଏହା ପାଳନ ହେବ, ଆମର ଖେଳରେ ଜାତିଗତ ଆକ୍ଷେପକୁ ଗ୍ରହଣ କରାଯାଇପାରିବ ନାହିଁ ।"

ସିରାଜ ଓ ଜଶପ୍ରୀତ ବୁମରାଙ୍କୁ ସିଡନୀ ଟେଷ୍ଟର ତୃତୀୟ ଦିନରେ ଜଣେ ମଦ୍ୟପ ଦର୍ଶକ ଜାତିଗତ ଆକ୍ଷେପ କରିଥିଲେ । ପରେ 4ର୍ଥ ଦିନରେ ମଧ୍ୟ ସିରାଜଙ୍କୁ ଅନୂରୁପ ଭାବେ ବ୍ୟବହାର କରିଛନ୍ତି ଅଷ୍ଟ୍ରେଲୀୟ ଦର୍ଶକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.