ହାଇଦ୍ରାବାଦ: କୋରୋନା ଭାଇରସ ଯୋଗୁଁ କ୍ରୀଡା ଜଗତ ଏକ ପ୍ରକାର ସ୍ତବ୍ଧ ପଡିଯାଇଛି । ସମସ୍ତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ବନ୍ଦ ଥିବା ବେଳେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି । ତେବେ ଏହି ଫାଙ୍କା ସମୟରେ ଭାରତୀୟ ଓପନର ରୋହତ ଶର୍ମା ନାଖୁସ ଥିବା ଜଣାପଡିଛି । ରବିବାର ଆଇସିସି କରିଥିବା ଟ୍ବିଟରେ ଦୁଃଖିତ ଥିବା ଜଣାପଡିଛନ୍ତି । ଆଉ ପରେ ସେ ଆଇସିସିକୁ ଟ୍ରୋଲ ମଧ୍ୟ କରିଛନ୍ତି ।
-
Someone’s missing here ?? Not easy to work from home I guess https://t.co/sbonEva7AM
— Rohit Sharma (@ImRo45) March 22, 2020 " class="align-text-top noRightClick twitterSection" data="
">Someone’s missing here ?? Not easy to work from home I guess https://t.co/sbonEva7AM
— Rohit Sharma (@ImRo45) March 22, 2020Someone’s missing here ?? Not easy to work from home I guess https://t.co/sbonEva7AM
— Rohit Sharma (@ImRo45) March 22, 2020
ଆଇସିସି ଭାରତ ଅଧିନାୟକ ବିରାଟ କୋହଲିଙ୍କ ସହ ସାର୍ ଭିଭିଆନ୍ ରିଚାର୍ଡସ, ରିକି ପଣ୍ଟିଂ ଏବଂ ହର୍ସେଲ ଗିବ୍ସଙ୍କ ଫଟୋ ସେୟାର କରିଛି । ଯେଉଁଥିରେ ଏହି 4 ଖେଳାଳି ପୁଲ ସର୍ଟ ଖେଳୁଛନ୍ତି । ତେବେ ଆଇସିସି ଏହି ଫଟୋ ଗୁଡିକ ସେୟାର କରି କ୍ୟାପସନରେ ଲେଖିଛି କାହାର ସର୍ଟ ସର୍ବଶ୍ରେଷ୍ଠ ବୋଲି ।
ତେବେ ଏହି ଫଟୋରେ ରୋହିତ ଶର୍ମା ନାହାନ୍ତି । ଉଲ୍ଲେଖଥାଉ କି, ଟେଷ୍ଟ କ୍ରିକେଟରେ ଏବେ ଏବେ ଓପନ କରୁଥିବା ରୋହିତ ଦ୍ବିଶତକ ଯୋଡି ସାରିଛନ୍ତି । ସେହିପରି ଦିନିକିଆ କ୍ରିକେଟରେ ହିଟ୍ମ୍ୟାନ ଭାବେ ପରିଚିତ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି 3ଟି ଦ୍ବିଶତକ ।
-
@RickyPonting @ImRo45 https://t.co/lJ9YakEAFl
— Harbhajan Turbanator (@harbhajan_singh) March 22, 2020 " class="align-text-top noRightClick twitterSection" data="
">@RickyPonting @ImRo45 https://t.co/lJ9YakEAFl
— Harbhajan Turbanator (@harbhajan_singh) March 22, 2020@RickyPonting @ImRo45 https://t.co/lJ9YakEAFl
— Harbhajan Turbanator (@harbhajan_singh) March 22, 2020
ତେବେ ରୋହିତ ଶର୍ମା ଏହି ପୋଷ୍ଟଟିକୁ ରି ଟ୍ବିଟ୍ କରି ଲେଖିଛନ୍ତି, "ଏଠାରେ କେହି ନିଖୋଜ ଅଛନ୍ତି ? ଘରୁ କାମ କରିବା ସହଜ ନୁହେଁ।" ରୋହିତଙ୍କ ଏହି ଟୁଇଟ୍ ବହୁଳ ଭାବରେ ସେୟାର କରାଯାଉଛି ଏବଂ କ୍ରିକେଟ୍ ପ୍ରଶଂସକମାନେ ଅନେକ ମଜାଦାର ଉତ୍ତର ଦେଉଛନ୍ତି । ଅଫ୍ ସ୍ପିନର ହରଭଜନ ସିଂ ଏହି ପୋଷ୍ଟକୁ ସେୟାର କରି ରୋହିତ ଶର୍ମା ଏବଂ ରିକି ପଣ୍ଟିଂଙ୍କୁ ଟ୍ୟାଗ୍ କରିଥିବାବେଳେ କେଭିନ ପିଟର୍ସେନ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ହଡସନଙ୍କ ନାମ ଦେଇଛନ୍ତି ।