ETV Bharat / sports

ଆଇସିସିକୁ ସୋଏବଙ୍କ ସମାଲୋଚନା: 'ଦଶନ୍ଧିର ଟି-20 ଟିମ ନୁହେଁ, ଆଇପିଏଲ ଟିମ'

author img

By

Published : Dec 27, 2020, 10:25 PM IST

ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ, ଟି-20 ଓ ଟେଷ୍ଟ ଟିମରେ କୌଣସି ପାକିସ୍ତାନୀ ପୁରୁଷ କିମ୍ବା ମହିଳା କ୍ରିକେଟରଙ୍କୁ କୌଣସି ଫର୍ମାଟରେ ସ୍ଥାନ ମିଳିବା ପରେ ହତାଶ ପାକିସ୍ତାନ ଖେଳାଳି । ଅଧିକ ପଢନ୍ତୁ...

ICC announced IPL team not T20I Team of Decade: Shoaib Akhtar irked with Babar Azam's exclusion
ଆଇସିସିକୁ ସୋଏବଙ୍କ ସମାଲୋଚନା: 'ଦଶନ୍ଧିର ଟି-20 ଟିମ ନୁହେଁ, ଆଇପିଏଲ ଟିମ'

ହାଇଦ୍ରାବାଦ: ଆଇସିସି ପକ୍ଷରୁ ଘୋଷଣା ହୋଇଛି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ, ଟି-20 ଓ ଟେଷ୍ଟ ଟିମ । ତେବେ କୌଣସି ପାକିସ୍ତାନୀ ପୁରୁଷ କିମ୍ବା ମହିଳା କ୍ରିକେଟରଙ୍କୁ କୌଣସି ଫର୍ମାଟରେ ଏହି ଟିମରେ ସ୍ଥାନ ମିଳିନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ।

ନିଜର ୟୁଟୁବ ଚ୍ୟାନେଲରେ ଅଖତର କହିଛନ୍ତି, ବୋଧହୁଏ ଆଇସିସି, ପାକିସ୍ତାନ ଏକ ସଦସ୍ୟ ଓ ଟି-20 କ୍ରିକେଟ ଖେଳୁଛି ବୋଲି ଭୁଲିଯାଇଛି । ବାବାଦ ଆଜମଙ୍କୁ ଟି-20 ଟିମରେ ସେମାନେ ଚୟନ କଲେ ନାହିଁ । ତେବେ ଆଇସିସି ଟି-20 ବ୍ୟାଟ୍ସମ୍ୟାନ ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ କିଏ ରହିଛନ୍ତି । ସେମାନେ ଜଣେ ବି ପାକିସ୍ତାନ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଲେ ନାହିଁ । ଆମେ ତୁମର ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟି-20 ଟିମ ଆବଶ୍ୟକ କରୁନାହୁଁ । କାରଣ ତୁମେ ଆଇପିଏଲ ଟିମ ଘୋଷଣା କରିଛ, ବିଶ୍ବ କ୍ରିକେଟ ଟିମ ନୁହେଁ ।"

ତେବେ ନଜର ପକାନ୍ତୁ କେମିତି ରହିଛି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟି-20 ଟିମ, ଯାହାକୁ ସୋଏବ ଅଖତର ଆଇପିଏଲ ଟିମ ବୋଲି କହିଛନ୍ତି ।

ରବିବାର ଘୋଷଣା ହୋଇଥିବା ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟି-20 ଟିମରେ ଭାରତରୁ 4, ଦୁଇଜଣ ଅଷ୍ଟ୍ରେଲୀୟ, ୱେଷ୍ଟଇଣ୍ଡିଜରୁ ଦୁଇଜଣ , ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାରୁ ଜଣେ ଲେଖାଏଁ ଖେଳାଳି ରହିଛନ୍ତି ।

ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଆଇସିସି ଟି-20 ଟିମ: ରୋହିତ ଶର୍ମା, କ୍ରିସ ଗେଲ୍, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଳେନ ମାକ୍ସୱେଲ, ମହେନ୍ଦ୍ର ସିଂ ଧୋନି(କ୍ୟାପଟେନ), କିରଣ ପୋଲାର୍ଡ, ରସିଦ ଖାନ, ଜଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.