ETV Bharat / sports

'କ୍ୟାପଟେନ ଦାୟିତ୍ବ ମିଳିବା ପରେ ଭୟ ସହ ଖୁସି ବି ଲାଗିଥିଲା'

ଭାରତର ପୂର୍ବତନ ଅଧିନାୟକ କପିଳ ଦେବ 23 ବର୍ଷରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ଅଧିନାୟକ ଦାୟିତ୍ବ ପାଇବା ନେଇ ସେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

kapil dev
author img

By

Published : Oct 21, 2019, 7:14 PM IST

ହାଇଦ୍ରାବାଦ: 23 ବର୍ଷରେ ପୂରା ଟିମର ଦାୟିତ୍ବ ଭାର । ଟିକେ ଡର ସହ ଖୁସିର ଅନୁଭବ । ଏପରି ମିଶ୍ରିତ ଅନୁଭବ ରହିଥିଲା ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର କିମ୍ବଦନ୍ତୀ କପିଳ ଦେବଙ୍କ ।

ରବିବାର ଦିନ କପିଳ ଦେବ ନିଜର ଅଧିନାୟକ ଦାୟିତ୍ବଭାର ଗ୍ରହଣର ଦିନକୁ ମନ ପକେଇ ସେହିଦିନର ସ୍ମୃତିକୁ ବଖାଣିଥିଲେ ।

ସେ କହିଛନ୍ତି, ସମୟ ପୂର୍ବରୁ କିଛି ଜିନିଷ ମିଳିଗଲେ ତାର ଅନୁଭବ ପରବର୍ତ୍ତୀ ସମୟରେ ହୋଇଥାଏ । ଯେବେ ମୁଁ 23 ବର୍ଷର ହୋଇଥିଲି ମତେ ଅଧିନାୟକ ଦାୟିତ୍ବ ମିଳିଥିଲା । ସେତେବେଳେ ମୁଁ ଡରି ଯାଇଥିଲି ଓ ଏଥିସହ ଖୁସି ମଧ୍ୟ ଥିଲି । ମୁଁ ଭାବୁଥିଲି କିପରି ସିନିୟର ଖେଳାଳିଙ୍କୁ ସମ୍ଭାଳିବି । ଏପଟେ ଚୟନକର୍ତ୍ତା ମୋ ମଧ୍ୟରେ ଜଣେ ଅଧିନାୟକ ହେବାର ଗୁଣ ଦେଖି ପାରିଥିବା ଭାବି ଖୁସି ମଧ୍ୟ ଲାଗିଥିଲା ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅଧିନାୟକ ହୋଇଥିବାରୁ ମତେ ସହଜ ମନେ ହୋଉ ନଥିଲା । ମୁଁ କେବଳ ସେହି ସମୟରେ ଭାବିଥିଲି ଗ୍ରାଉଣ୍ଡରେ କେବଳ ମୁଁ ଅଧିନାୟକ କିନ୍ତୁ ଗ୍ରାଉଣ୍ଡ ବାହାରେ ସମସ୍ତେ ମୋର କ୍ୟାପ୍ଟନ ।

ସୂଚାନାଥାଉକି, ଅଭିନେତା ରଣଭୀର ସିଂଙ୍କ ଆଗାମୀ ଫିଲ୍ମ '83'ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ । ଏନେଇ କପିଳ କହିଛନ୍ତି, ଏହି ଫିଲ୍ମ ମୋ ଉପରେ ଆଧାରିତ ନୁହେଁ, ଏହି ଫିଲ୍ମ 1983 ମସିହାରେ ବିଶ୍ବକପ ଜିତିଥିବା ଟିମ୍‌ ଉପରେ ଆଧାରିତ । ମୁଁ ଖୁସି ଅଛି ମୋ ଭୂମିକା ରଣଭୀର ତୁଲାଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.