ETV Bharat / sports

ବିରାଟ କୋହଲିଙ୍କ ସହ ଖେଳିବା ଥିଲା ମୋର ସ୍ବପ୍ନ: ସୂର୍ଯ୍ୟକୁମାର ଯାଦବ

author img

By

Published : Feb 26, 2021, 9:13 PM IST

"ମୁଁ ସବୁବେଳେ ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଖେଳିବାକୁ ଚାହୁଁଥିଲି। ବର୍ତ୍ତମାନ ମୋତେ ସୁଯୋଗ ମିଳିଛି।" ଇଂଲଣ୍ଡ ବିପକ୍ଷରେ 5 ଟିକିଆ ଟି-20 ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେବାପରେ ଏହା କହିଛନ୍ତି ସୂର୍ଯ୍ୟକୁମାର ଯାଦବ। ଅଧିକ ପଢ଼ନ୍ତୁ...

ବିରାଟ କୋହଲିଙ୍କ ସହ ଖେଳିବା ଥିଲା ମୋର ସ୍ବପ୍ନ: ସୂର୍ଯ୍ୟକୁମାର ଯାଦବ
ବିରାଟ କୋହଲିଙ୍କ ସହ ଖେଳିବା ଥିଲା ମୋର ସ୍ବପ୍ନ: ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ: "ମୁଁ ସବୁବେଳେ ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଖେଳିବାକୁ ଚାହୁଁଥିଲି। ବର୍ତ୍ତମାନ ମୋତେ ସୁଯୋଗ ମିଳିଛି।" ଇଂଲଣ୍ଡ ବିପକ୍ଷରେ 5 ଟିକିଆ ଟି-20 ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେବାପରେ ଏହା କହିଛନ୍ତି ସୂର୍ଯ୍ୟକୁମାର ଯାଦବ। ତେବେ ଟି-20 ସ୍କ୍ବାଡରେ ନିଜ ନାଁକୁ ଦେଖି ସେ କାନ୍ଦି ପକାଇଥିଲେ ବୋଲି କହିଛନ୍ତି।

ଶୁକ୍ରବାର ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ ଏକ ସାକ୍ଷାତକାରରେ କହିଛନ୍ତି ଯେ, "ଭାରତୀୟ ଟି-20 ସ୍କ୍ବାଡରେ ସାମିଲ ହେବାପରେ ଖୁସିରେ ମୋ ଆଖିରୁ ଲୁହ ଆସି ଯାଇଥିଲା। ସେତେବେଳ ମୁଁ ମୁଭି ଦେଖୁଥିଲି ମୋ ମୋବାଇଲକୁ ଏକ ନୋଟିଫିକେଶନ ଆସିଲ ଯେ ମୁଁ ଭାରତୀୟ ଦଳରେ ଚୟନ ହୋଇଛି। ଏହାପରେ ସଙ୍ଗେ ସଙ୍ଗେ ମୁଁ ମୋ ଘର ଲୋକଙ୍କୁ ଜଣାଇଲି। ସେମାନେ ବହୁତ ଖୁସି ହେଲେ। ଭାରତୀୟ ଦଳରେ ସାମିଲ ହେବା ସେମାନଙ୍କର ମଧ୍ୟ ଏକ ସ୍ବପ୍ନ ଥିଲା।"

ଏହାପରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଟି-20 ଖେଳିବାକୁ ନେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, "ପ୍ରଥମେ ମୁଁ ଅହମଦାବାଦରେ ପହଞ୍ଚି କିଛି ବାକି ଖେଳାଳିଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ସମୟ ବିତାଇବାକୁ ଚାହୁଛି। ମୁଁ ସବୁବେଳେ ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଖେଳିବାକୁ ଚାହୁଁଥିଲି। ପଡ଼ିଆରେ ତାଙ୍କ ସହ ସମୟ ବିତାଇ ବହୁତ କିଛି ଶିଖିବାକୁ ମିଳିବ। ଯାହା ଦ୍ବାରେ ମୁ ଜଣେ ଭଲ କ୍ରିକେଟର ହୋଇପାରିବି। ଆଇପିଏଲରେ ତାଙ୍କ ବିପକ୍ଷରେ ମୁଁ ଖେଳି ଆସିଛି। ତାଙ୍କ ଭିତରେ ଯେଉଁ ଉର୍ଜା ରହିଛି ତାହା ଶବ୍ଦରେ କହି ହେବ ନାହିଁ। ଭାରତ ପାଇଁ ଯାହା ସେ କରିଛନ୍ତି ତାହା ସଭିଏଁ ଜାଣନ୍ତି।"

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଖେଳୁଛନ୍ତି ସୂର୍ଯ୍ୟକୁମାର ଯାଦବ। ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାକୁ ନେଇ ବହୁ ଆଲୋଚନା ହୋଇଥିଲା। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିସିସିଆଇ ଶେଷରେ ତାଙ୍କୁ ଭାରତୀୟ ଟି-20 ଦଳରେ ସାମିଲ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.