ETV Bharat / sports

ବିବାଦୀୟ ମନ୍ତବ୍ୟ-ବାସନ୍ଦାଦେଶ ନେଇ ରାହୁଲଙ୍କ ଖୁଲାସା - କଫି ୱିଥ କରନ ଶୋ ରେ କେଏଲ ରାହୁଲ

କେଏଲ ରାହୁଲ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 'କଫି ୱିଥ କରନ' ଶୋ ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ବିବାଦୀୟ ମନ୍ତବ୍ୟ ପାଇଁ ବିସିସିଆର ପ୍ରଶାସକ କମିଟି(COA) ଉଭୟ କ୍ରିକେଟରଙ୍କୁ ବାସନ୍ଦ କରିଥିଲା ।

I wanted to be selfish and play for myself after 2019 suspension: KL Rahul
ବିବାଦୀୟ ମନ୍ତବ୍ୟ-ବାସନ୍ଦାଦେଶ ନେଇ ରାହୁଲଙ୍କ ଖୁଲାସା
author img

By

Published : Jun 14, 2020, 3:24 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟପ-ଅର୍ଡର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ, 2019ରେ ଭୋଗିଥିବା ବାସନ୍ଦାଦେଶ ନେଇ ଖୁଲାସା କରିଛନ୍ତି । ଏଥିସହିତ ଏହି ଘଟଣା କିପରି ତାଙ୍କର କ୍ରିକେଟ କ୍ୟାରିୟରକୁ ପ୍ରଭାବିତ କରିଥିଲା, ସେ ନେଇ ମଧ୍ୟ ମତ ରଖିଛନ୍ତି ।

I wanted to be selfish and play for myself after 2019 suspension: KL Rahul
ବିବାଦୀୟ ମନ୍ତବ୍ୟ-ବାସନ୍ଦାଦେଶ ନେଇ ରାହୁଲଙ୍କ ଖୁଲାସା

କେଏଲ ରାହୁଲ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 'କଫି ୱିଥ କରନ' ଶୋ ରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ବିବାଦୀୟ ମନ୍ତବ୍ୟ ପାଇଁ ବିସିସିଆର ପ୍ରଶାସକ କମିଟି(COA) ଉଭୟ କ୍ରିକେଟରଙ୍କୁ ବାସନ୍ଦ କରିଥିଲା ।

I wanted to be selfish and play for myself after 2019 suspension: KL Rahul
ବିବାଦୀୟ ମନ୍ତବ୍ୟ-ବାସନ୍ଦାଦେଶ ନେଇ ରାହୁଲଙ୍କ ଖୁଲାସା

ତେବେ ରାହୁଲ କହିଛନ୍ତି, ସେହି ସମୟରେ ସେ ନିଜ ଉପରେ ଅତ୍ୟଧିକ ରାଗିଯାଇଥିଲେ । ସ୍ବାର୍ଥପର ହୋଇ କ୍ରିକେଟରୁ ଫେରିବା ପରେ କେବଳ ନିଜ ପାଇଁ ଖେଳିବାକୁ ସ୍ଥିର କରିଥିଲେ । ମାତ୍ର ଏହାର ନକରାତ୍ମକ ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା । ଅଧିଂକାଶ ମ୍ୟାଚରେ ଫେଲ ମାରିଥିଲେ । ତେବେ ଏହାପରେ ଟିମର ଆବଶ୍ୟକତା ଅନୁଯାୟୀ ଖେଳିବେ ଓ ଟିମ ପାଇଁ ଖେଳିବେ ବୋଲି ସ୍ଥିର କଲେ । ଫଳରେ କ୍ରମାଗତ ସଫଳ ପ୍ରଦର୍ଶନ କହିଥିଲେ ।

ଟିମ ଇଣ୍ଡିଆ ଖେଳିଥିବା ଶେଷ କିଛି ଦିନିକିଆ ମ୍ୟାଚରେ, ରାହୁଲ ଋଷଭ ପନ୍ତଙ୍କ ସ୍ଥାନ ଅକ୍ତିଆର କରିବା ସହ, ଦମଦାର ପ୍ରଦର୍ଶନ କରିଥିଲେ । 5ଟି ଇଂନିସରୁ 75.75 ଆଭରେଜରେ ଓ 114.77 ଷ୍ଟ୍ରାଇକରେଟରେ 303 ରରନ ସଂଗ୍ରହ କରିଥିଲେ ।

ଟି-20 କ୍ରିକେଟରେ ଓପନିଂର ସୁଯୋଗ ମଧ୍ୟ ରାହୁଲଙ୍କୁ ମିଳିଥିଲା । 56.00ଆଭରେଜରେ 144.51 ଷ୍ଟ୍ରାଇକରେଟ ସହ 224 ରନ ସଂଗ୍ରହ କରିଥିଲେ ।

ଖରାପ ପ୍ରଦର୍ଶନ ସମୟରେ ସିନିୟର ଖେଳାଳି ରୋହିତ ଶର୍ମା ଏକାଧିକ ବାର, ସମର୍ଥନ କରିବା ସହ ଆତ୍ମବିଶ୍ବାସ ପ୍ରଦାନ କରିଥିବା କହିଛନ୍ତି । ସେଥିପାଇଁ ରୋହିତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.