ହାଇଦ୍ରବାଦ: ବିଶ୍ବକପରେ ଭାରତୀୟ ମଧ୍ୟକ୍ରମ ଫେଲ ହେବା ପରେ ଦଳ ଚିନ୍ତା ବଢିବାରେ ଲାଗିଛି । ଯଦିଓ ବିଶ୍ବକପ ପୂର୍ବରୁ ମଧ୍ୟ ଏହି ଦ୍ବନ୍ଦ ଲାଗି ରହିଥିଲା, ମାତ୍ର ବିଶ୍ବକପରେ ପରାଜୟ ପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଇତିମଧ୍ୟରେ ମଧ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ସ୍ଥାନ 4ର୍ଥ ସ୍ଥାନ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ବର ପୂଜାରା ।
ତେବେ ପୂଜାରା କହିଛନ୍ତି, "ଘରୋଇ କ୍ରିକେଟରେ 4ର୍ଥ ସ୍ଥାନରେ ମୁଁ ଖେଳୁଛି । ଏଥି ସହ ଟେଷ୍ଟରେ ମୋର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ଯଦି ଦିନିକିଆରେ ମୋତେ ସୁଯୋଗ ମିଳେ, ତେବେ ମୁଁ ଭାରତୀୟ ଦଳ ମଧ୍ୟକ୍ରମ ସମସ୍ୟା ଦୂର କରିପାରିବି । "
ତେବେ ପୂଜାର ଭାରତୀୟ ଦଳ ପାଇଁ 5ଟି ଦିନିକିଆ ମ୍ୟାଚ ଖେଳି 51ରନ କରିଛନ୍ତି । ସେହିପରି ଏହି ଟେଷ୍ଟ ସ୍ପେସାଲିଷ୍ଟ 68ଟି ଟେଷ୍ଟ ମ୍ୟାଚରୁ 5426ରନ ସଂଗ୍ରହ କରିଛନ୍ତି ।