ETV Bharat / sports

'ସାଲ୍ୟୁଟ, ଲେଫ୍ଟନାଣ୍ଟ କର୍ଣ୍ଣଲ ଏମଏସ୍ ଧୋନି' - ଅନ୍ତର୍ଜାତୀୟ କ୍ରିକେଟକୁ ଧୋନିଙ୍କ ଅଲବିଦା

"ତୁମକୁ ସାଲ୍ୟୁଟ, ଲେପ୍ଟେନାଲ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନି" ଏହା କହିଛନ୍ତି, ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ।

I salute you Lt Col MS Dhoni, says Ravi Shastri
'ସାଲ୍ୟୁଟ, ଲେପ୍ଟେନାଣ୍ଟ କର୍ଣ୍ଣେଲ ଏମଏସ୍ ଧୋନି'
author img

By

Published : Aug 16, 2020, 9:31 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ପୂର୍ବତନ ଭାରତୀୟ କ୍ୟାପଟେନ ଅଲବିଦା କହିବା ପରେ ନିରାଶ ହୋଇଛନ୍ତି ଫ୍ୟାନ୍ସ । ପୂର୍ବତନ ତଥା ବର୍ତ୍ତମାନର କ୍ରିକେଟର ଧୋନିଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଧୋନିଙ୍କୁ ସାଲ୍ୟୁଟ ଜଣାଇଛନ୍ତି । "ତୁମକୁ ସାଲ୍ୟୁଟ, ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନି" ଏହା କହିଛନ୍ତି କୋଚ ଶାସ୍ତ୍ରୀ । ଏଥିସହିତ ଆଗାମୀ ଆଇପିଏଲ 2020 ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

"ସ୍ବାଧୀନତା ଦିବସ ସନ୍ଧ୍ୟାରେ ଭାରତର ଏକ ଗାରିମାମୟ କ୍ରିକେଟ କ୍ୟାରିୟରର ସମାପ୍ତ ହେଲା । ସମାଲୋଚନା ସତ୍ତ୍ବେ ତଙ୍କର ଶାନ୍ତ ସ୍ବଭାବ ସମସ୍ତଙ୍କୁ ବିସ୍ମିତ କରେ ।

ବିଶ୍ବକପ ଟ୍ରଫି, ବିଶ୍ବର ନଂ1 ଟେଷ୍ଟ ଟିମ, ଆଇପିଏଲ ଟ୍ରଫି, ଚମ୍ପିଆନ୍ସ ଲିଗ ଭଳି ଅନେକ ସଫଳତା ଧୋନିଙ୍କ ସଫଳ କ୍ୟାରିୟରର ବୟାନ କରେ ।" ବିସିସିଆଇ ପକ୍ଷରୁ ସେୟାର କରାଇଥିବା ଏକ ଭିଡିଓ ବାର୍ତ୍ତାରେ ଧୋନିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି କୋଚ ରବି ଶାସ୍ତ୍ରୀ । ଶେଷରେ "ସାଲୁଟ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନି" ବୋଲି କହିଛନ୍ତି ଶାସ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.