ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହ ନଜର ଆସିଛନ୍ତି ଅବ୍ରାହମ ଡେଭିଲିୟର୍ସ ଓ ଇୟୋନ ମୋର୍ଗନ। କୋହଲି ଫଟୋ ଜରିଆରେ ଦର୍ଶାଇଛନ୍ତି ଯେ, ଖେଳ ତାଙ୍କୁ ଗ୍ରାଉଣ୍ଡରେ ଓ ଗ୍ରାଉଣ୍ଡ ବାହାରେ ଅନେକ ସାଙ୍ଗ ଭେଟି ଦେଇଛି ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ଖେଳର ସବୁଠାରୁ ସୁନ୍ଦର କଥା ହେଲା ପ୍ରତିଦ୍ବନ୍ଦିତା କେବଳ ମୈଦାନ ଯାଏଁ ରହେ । କେବଳ ଗୋଟେ ହସ ଦ୍ବାରା ଓ ଖୋଲା ଚିନ୍ତାଧାରା ବଳରେ ଖେଳାଳିମାନଙ୍କ ମଧ୍ୟରେ ସମସ୍ତ ଚାପ ସରିଯାଏ । ଗ୍ରାଉଣ୍ଡରେ କଠିନ ପରିଶ୍ରମ କର କିନ୍ତୁ ବାହାରେ ସବୁବେଳେ ହସୁଥାଅ । ଖେଳ ମାଧ୍ୟମରେ ଅନେକ ସର୍ବଶ୍ରେଷ୍ଠ ଲୋକଙ୍କୁ ଭେଟିଛି ।
ସୂଚନାଥାଉକି, କୋହଲି ଆଉ ଡେଭିଲିୟର୍ସଙ୍କ ମଧ୍ୟରେ ନିବିଡ ବନ୍ଧୁତ୍ବ ରହିଛି । ଏହି 2ଖେଳାଳି ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଛନ୍ତି ।