ETV Bharat / sports

ଟେଷ୍ଟ ଆଶାରେ ଏବେ ବି ଧୱନ - ଟେଷ୍ଟ ଖେଳିବାକୁ ଧୱନଙ୍କ ଆଶା

ମୁଁ ବର୍ତ୍ତମାନ ଟେଷ୍ଟ ଦଳର ଅଂଶ ନୁହେଁ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ଟେଷ୍ଟ ଦଳକୁ ଫେରିବାର ସମସ୍ତ ଆଶା ଛାଡି ଦେଇଛି ବୋଲି କହିଛନ୍ତି ଶିଖର ଧୱନ। ଅଧିକ ପଢ଼ନ୍ତୁ...

I have not given up hope on Test comeback, says Shikhar Dhawan
ଟେଷ୍ଟ ଆଶାରେ ଏବେ ବି ଧୱନ
author img

By

Published : Sep 7, 2020, 1:02 PM IST

ଦୁବାଇ: ରବିବାର ଭାରତର ସୀମିତ ଓଭର ଓପନର୍ ଶିଖର ଧୱନ କହିଛନ୍ତି ଯେ ସେ ଭାରତୀୟ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଆଶା ଛାଡି ନାହାଁନ୍ତି ଏବଂ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗାମୀ ସୁଯୋଗ ଉପରେ ଦୃଷ୍ଟି ରଖିଛନ୍ତି ।

34 ବର୍ଷୀୟ ଧୱନ ଶେଷ ଥର ପାଇଁ ସେପ୍ଟେମ୍ବର 2018ରେ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ଖେଳିଥିଲେ ।

ଧୱନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘‘ମୁଁ ବର୍ତ୍ତମାନ ଟେଷ୍ଟ ଦଳର ଅଂଶ ନୁହେଁ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ପ୍ରତ୍ୟାବର୍ତ୍ତନର ସମସ୍ତ ଆଶା ଛାଡି ଦେଇଛି।’’

I have not given up hope on Test comeback, says Shikhar Dhawan
ଟେଷ୍ଟ ଆଶାରେ ଏବେ ବି ଧୱନ

‘‘ଯେତେବେଳେ ମତେ ସୁଯୋଗ ମିଳିଲା ... ଗତ ବର୍ଷ ରଣଜୀ ଟ୍ରଫି ପରି ମୁଁ ଏକ ଶତକ ସ୍କୋର କଲି, ତା’ପରେ ମୁଁ ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ କଲି, ଯଦି ମୋତେ ଏକ ସୁଯୋଗ ମିଳେ ତେବେ ଅବଶ୍ୟ ଟେଷ୍ଟ ଟିମକୁ ଫେରିବି ।’’

2013ରେ ଜଣେ ଡେବ୍ୟୁଟାଣ୍ଟ ଭାବେ ଧୱନ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଟେଷ୍ଟ ଶତକ କରିଥିଲେ । ଧୱନ ନିଜ ନାଁରେ କରିଥିଲେ । କିନ୍ତୁ ପାଞ୍ଚ ଦିନିଆ ଖେଳରେ ସ୍ଥିରତା ପାଇଁ ଅନେକ ସମୟରେ ସେ ସଂଘର୍ଷ କରିଛନ୍ତି।

ଟିମରେ ଓପନର ଭାବେ ରୋହିତ ଶର୍ମା, କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ବୀ ଶଙ୍କ ଉପଲବ୍ଧତା ଶିଖରଙ୍କ ଫେରିବାକୁ ଅଧିକ କଷ୍ଟସାଧ୍ୟ କରିଛି । ତଥାପି ଟିମକୁ ଫେରିବା ନେଇ ଆଶାବାଦୀ ଅଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ।

‘‘ମୁଁ ମୋର ଚେଷ୍ଟା ଜାରି ରଖିବି । ଟି-20 ବିଶ୍ବକପ ଆସନ୍ତା ବର୍ଷର ଅଛି, ତେଣୁ ମତେ ପ୍ରଦର୍ଶନ ଜାରି ରଖିବା ସହ ନିଜକୁ ଫିଟ୍ ରଖିବା, କ୍ରମାଗତ ଭାବରେ ରନ୍ ସ୍କୋର କରିବା ଆବଶ୍ୟକ। ଯଦି ମୁଁ ଏସବୁ ଜାରି ରଖେ, ତେବେ ଅନ୍ୟ ଜିନିଷଗୁଡ଼ିକ ଆପେ ଆପେ ଠିକ ହୋଇଯିବ ।’’

ଧୱନ ଏପର୍ଯ୍ୟନ୍ତ 34ଟି ଟେଷ୍ଟ ଖେଳିଛନ୍ତି ଏବଂ 40.61 ଆଭରେଜରେ 7ଟି ଶତକ ସହ 2,315 ରନ କରିଛନ୍ତି ।

ସେ ଦିନିକିଆ ଏବଂ ଟି-20 ରେ ମଧ୍ୟ ସମାନ ଯୋଜନାରେ ରହିଛନ୍ତି ଏବଂ ସେପ୍ଟେମ୍ବର 19ରୁ ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ 2020 ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଧୱନ କୋଭିଡ-19 ମହାମାରୀ ମଧ୍ୟରେ ବାୟୋ-ବବଲରେ ରହି ଖେଳାଳିମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ କହିଥିଲେ ।

‘‘ବବଲରେ ରହିବାର ଚ୍ୟାଲେଞ୍ଜ ଅଛି, ଆପଣ ନୂତନ ଲୋକଙ୍କୁ ଭେଟି ପାରିବେ ନାହିଁ, ରେଷ୍ଟୁରାଣ୍ଟକୁ ଯାଇପାରିବେ ନାହିଁ, ଆମେ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାଇପାରିବୁ ।’’

‘‘କିନ୍ତୁ ଆମର ଫ୍ରାଞ୍ଚାଇଜ୍ ଆମର ଯତ୍ନ ନେଇଛି, ଆମେ ପରିବାରରେ ଥିବା ପରି ସମୟ ବିତାଉଛୁ, ପରିସ୍ଥିତିକୁ ଜଣେ କିପରି ଦେଖୁଛି ତାହା ସେହି ବ୍ୟକ୍ତିଙ୍କ ଉପରେ ନିର୍ଭର କରେ,’’ ବୋଲି ଧୱନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.