ହାଇଦ୍ରାବାଦ: ପାକିସ୍ତାନୀ କ୍ରିକେଟର ସୋଏବ ଅଖତରକୁ ନିଜ ସହରରେ ବଡ ସମ୍ମାନ । ପାକିସ୍ତାନ କ୍ରିକେଟକୁ ଅବଦାନ ପାଇଁ ଅଖତରଙ୍କୁ ମିଳିଲା ବଡ ସମ୍ମାନ । ରାୱଲପିଣ୍ଡିର କ୍ରିକେଟ ଅଧିକାରୀ, ରାୱଲପିଣ୍ଡିରେ ଥିବା କେଆରଏଲ ଷ୍ଟାଡିୟମର ନାମ ସୋଏବ ଅଖତରଙ୍କ ସମ୍ମାନରେ ତାଙ୍କ ନାମରେ ନାମିତ କରିଛନ୍ତି ।
-
I have always done by best to serve Pakistan with utmost dedication and passionate determination, with integrity. To always keep our flag high. Today and everyday I wear the star on my chest with pride. Thank you, Pakistan. Zindabad pic.twitter.com/nCaPDKTZZ8
— Shoaib Akhtar (@shoaib100mph) March 13, 2021 " class="align-text-top noRightClick twitterSection" data="
">I have always done by best to serve Pakistan with utmost dedication and passionate determination, with integrity. To always keep our flag high. Today and everyday I wear the star on my chest with pride. Thank you, Pakistan. Zindabad pic.twitter.com/nCaPDKTZZ8
— Shoaib Akhtar (@shoaib100mph) March 13, 2021I have always done by best to serve Pakistan with utmost dedication and passionate determination, with integrity. To always keep our flag high. Today and everyday I wear the star on my chest with pride. Thank you, Pakistan. Zindabad pic.twitter.com/nCaPDKTZZ8
— Shoaib Akhtar (@shoaib100mph) March 13, 2021
ଏନେଇ ଶନିବାର ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତିରେ ଅଖତର ନିଜକୁ 'କୃତଜ୍ଞ ଓ ସୌଭାଗ୍ୟଶାଳୀ' କରିବା ସହ ନିଶବ୍ଦ ବୋଲି କହିଛନ୍ତି । ଏଥିସହ ପ୍ରଶଂସକଙ୍କୁ ସମର୍ଥନ ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
'ରାୱଲପିଣ୍ଡି ଏକ୍ସପ୍ରେସ' ନାମରେ ନାମିତ ଅଖତର ପାକିସ୍ତାନ ପାଇଁ ବର୍ଷ 1997ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହାର 14 ବର୍ଷ ପରେ ବର୍ଷ 2011ରେ ଆନୁଷ୍ଠାନିକ ଭାବେ ସନ୍ୟାସ ଘୋଷଣା କରିଥିଲେ ।
ଅଖତର ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 46ଟି ଟେଷ୍ଟ, 163ଟି ଦିନିକିଆ ଓ 15ଟି ଟି20 ମ୍ୟାଚ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ