ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ସେନ ୱାଟସନ ଆଶା କରିଛନ୍ତି ଯେ କୋରୋନା ଭୁତାଣୁର ଶୀଘ୍ର ଅନ୍ତ ହେଲେ ଆଇପିଏଲ ହୁଅନ୍ତା ଆଉ ସେ ଅନ୍ତତଃ ଆଉ ଗୋଟିଏ ବର୍ଷ ପାଇଁ ଚେନ୍ନାଇ ସୁପ କିଙ୍ଗ୍ସ ପାଇଁ ଖେଳିବାର ସୁଯୋଗ ପାଆନ୍ତେ ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ମେ 3 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହାସହ ମୋଦି କହିଛନ୍ତି ଯେ କୋରୋନାର ଏହି ଅଗ୍ନି ପରୀକ୍ଷାରେ ଜିତିବାକୁ ହେଲେ ଲକଡାଉନ ନିୟମ ମାନି ଆମକୁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପଡିବ । ତେବେ ମୋଦିଙ୍କର ଏହି ସମ୍ବୋଧନ ସ୍ପଷ୍ଟ କରି ଦେଇଛି ଯେ ପୂର୍ବରୁ ଘୁଞ୍ଚିଥିବା ଆଇପିଏଲ ଏବେ ଆହୁରି ଘୁଞ୍ଚିବ ।
-
'A bit of blood is not gonna stop me!' :') #KNEEngaVeraLevel #AnbuDenLions @ShaneRWatson33 @RuphaRamani 🦁💛 pic.twitter.com/nKKOEB8VDe
— Chennai Super Kings (@ChennaiIPL) April 14, 2020 " class="align-text-top noRightClick twitterSection" data="
">'A bit of blood is not gonna stop me!' :') #KNEEngaVeraLevel #AnbuDenLions @ShaneRWatson33 @RuphaRamani 🦁💛 pic.twitter.com/nKKOEB8VDe
— Chennai Super Kings (@ChennaiIPL) April 14, 2020'A bit of blood is not gonna stop me!' :') #KNEEngaVeraLevel #AnbuDenLions @ShaneRWatson33 @RuphaRamani 🦁💛 pic.twitter.com/nKKOEB8VDe
— Chennai Super Kings (@ChennaiIPL) April 14, 2020
ସିଏସକେର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ୱାଟସନ କହିଛନ୍ତି ଯେ, ‘‘ଆଶା କରୁଛି ସମସ୍ତ ଜିନିଷ ଠିକ ହୋଇଗଲେ ମୁଁ ଅନ୍ତତଃ ଆଉ ଗୋଟିଏ ବର୍ଷ ଆଇପିଏଲ ଖେଳିପାରିବି ।
ଏହାସହ ୱାଟସନ 2019 ଆଇପିଏଲ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିବା କଥା ମଧ୍ୟ ସେୟାର କରିଥିଲେ ।