ETV Bharat / sports

ବିଶ୍ବକପ: 1992ର ପୁନାରାବୃତ୍ତି, ଚାମ୍ପିଅନ ହେବ ପାକିସ୍ତାନ!

ସଂଯୋଗ ବଶତଃ 1992 ବିଶ୍ବକପର ଯାତ୍ରା ଚଳିତ ବିଶ୍ବକପରେ ପାକିସ୍ତାନ ଯାତ୍ରା ସହ ମିଶୁଛି । ଫଳରେ କିଛି ପାକିସ୍ତାନୀ କ୍ରିକେଟ ବିଶେଜ୍ଞ କହିବାକୁ ଲାଗିଲେଣି ଯେ, ଚଳିଥର ପାକିସ୍ତାନ ହିଁ ବିଶ୍ବକପ ଟାଇଟଲ ହାତେଇବ ।

author img

By

Published : Jun 28, 2019, 3:17 PM IST

ଡିଜାଇନ ଫଟୋ

ଲଣ୍ଡନ: ଚଳିତ ବିଶ୍ବକପରେ ବହୁ ଚର୍ଚ୍ଚିତ ଦଳ ହୋଇଛି ପାକିସ୍ତାନ । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ମ୍ୟାଚରେ 6 ୱିକେଟ ବିଜୟ ପରେ ପାକିସ୍ତାନକୁ ମଧ୍ୟ ବିଶ୍ବକପ ଫେବରେଟ୍‌ ବିବେଚନା କରିଯାଉଛି । ପ୍ରଥମରୁ ଖରାପ ଆରମ୍ଭ କରିଥିବା ପାକିସ୍ତାନ କିନ୍ତୁ ଆୟୋଜକ ଇଂଲଣ୍ଡ ଓ କିୱି ଦଳକୁ ମାତ୍‌ ଦେବା ପରେ ଟୁର୍ଣ୍ଣାମେଣ୍ଟରେ ଖତରନାକ ସାବ୍ୟସ୍ତ ହୋଇଛି । ତେବେ ଦଳ ଏପରି ବିଜୟ-ପରାଜୟ କ୍ରମ 1992 ବିଶ୍ବକପ ସହିତ ମିଶୁଛି । ଫଳରେ କିଛି ପାକିସ୍ତାନୀ କ୍ରିକେଟ ବିଶେଜ୍ଞ କହିବାକୁ ଲାଗିଲେଣି ଯେ, ଚଳିତ ଥର ପାକିସ୍ତାନ ହିଁ ବିଶ୍ବକପ ଟାଇଟଲ ହାତେଇବ ।

pakistan
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସଂଯୋଗବଶତଃ 1992 ବିଶ୍ବକପର ଯାତ୍ରା ଚଳିତ ବିଶ୍ବକପରେ ପାକିସ୍ତାନ ଯାତ୍ରା ସହ ମିଶୁଛି । 1992 ବିଶ୍ବକପରେ ଇମ୍ରାନ ଖାନଙ୍କ ଦଳ ପ୍ରଥମ ମ୍ୟାଚରେ ପରାଜୟ ପାଇଥିଲା । ଯାହାକି ଚଳିତ ବିଶ୍ବକପରେ ସର୍ଫରାଜ ବାହିନୀ ୱେଷ୍ଟଣ୍ଡିଜ୍‌ ଦଳଠାରୁ ପରାଜୟ ହୋଇଛି । ସେହିପରି 1992ର 2ୟ ମ୍ୟାଚରେ ପାକିସ୍ତାନ ବିଜୟ ପାଇଥିଲା । ଯେଉଁଠି କି ଚଳିତ ଥର ତାର 2ୟ ମ୍ୟାଚରେ ଇଂଲଣ୍ଡକୁ ହରାଇଛି ପାକ୍‌ । ସେହିପରି 3ୟ ମ୍ୟାଚ ଉଭୟ ବିଶ୍ବକପରେ ବର୍ଷାଯୋଗୁଁ ବାତିଲ ହୋଇଛି । 2019 ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି ।

pakistan
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି 1992ରେ ଇମ୍ରାନ ଖାନଙ୍କ ଦଳ ତାର 4ର୍ଥ ଓ 5ମ ମ୍ୟାଚରେ ପରାଜୟବରଣ କରିଥିଲା । ଯେତେବେଳେ ଚଳିତ ବିଶ୍ବକପରେ ସର୍ଫରାଜ ଟିମ୍‌ 4ର୍ଥ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ଓ 5ମ ମ୍ୟାଚରେ ଚିରାଚରିତ ଭାବେ ଭାରତଠାରୁ ପରାସ୍ତ ହୋଇଥିଲା । ସେହିପରି 6ଷ୍ଠ ଓ 7ମ ମ୍ୟାଚ 1992 ବିଶ୍ବକପରେ ଇମ୍ରାନ ଖାନ ଜିତି ବିଶ୍ବକପ ଟେକିଥିଲେ । ଯେତେବେଳେ 2019ରେ ସର୍ଫରାଜ ସେନା 6ଷ୍ଠ ମ୍ୟାଚକୁ ଆଫଗାନିସ୍ତାନ ବିପକ୍ଷରେ ଓ 7ମ୍ୟାଚକୁ ଆକସ୍ମିକ୍‌ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତି ନେଇଛି ।

ତେଣୁ ଏଠାରେ ପ୍ରଶ୍ନ ଉଠୁଛି

  • ସର୍ଫରାଜ ସେନା ସହ କଣ ସତ ହେବ କି 1992 ବିଶ୍ବକପ ସଂଯୋଗ ?
  • କଣ ଚଳିତଥର ପାକିସ୍ତାନ ବିଶ୍ବକପ ଟାଇଟେଲ ହାତେଇ ପାରିବ କି ?

ତେବେ 7ଟି ମ୍ୟାଚରୁ 3ଟି ବିଜୟ ପାଇଁ 7 ପଏଣ୍ଟ ସହ ତାଲିକର ଷଷ୍ଠ ସ୍ଥାନରେ ବସିଛି ପାକ୍‌ ଦଳ । ଫଳରେ ସେମି ରେସରେ ସାମିଲ ହେବା ପାଇଁ ପାକ୍‌ ଦଳ ଆଗରେ ଆଗାମୀ ଦୁଇଟି ମ୍ୟାଚର ବିଜୟ ସହିତ ବାଂଲାଦେଶ, ଶ୍ରୀଲଙ୍କା ଓ ଇଂଲଣ୍ଡ ପରାଜୟର ସମୀକରଣ ସୃଷ୍ଟି ହୋଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.