ETV Bharat / sports

ଭାଇରାଲ ହେଲା ଧୋନିଙ୍କ ଫଟୋ, ମା କହିଲେ ‘ମୋ ପୁଅ ସେତେ ବୁଢ଼ା ନୁହେଁ’ - ଭାଇରାଲ ହେଲା ଧୋନିଙ୍କ ଫଟୋ

ସୋସିଆଲ ମିଡିଆରେ ଘୁରି ବୁଲୁଛି ଧୋନିଙ୍କ ଧଳା ଦାଢ଼ି ଥିବା ଫଟୋ । ମା ଦେବକୀ କହିଲେ ମୋ ପୁଅ ସେତେ ବୁଢ଼ା ନୁହେଁ । ଅଧିକ ପଢ଼ନ୍ତୁ...

He's not that old, MS Dhoni's mother reacts on viral photo, MS Dhoni, ଭାଇରାଲ ହେଲା ଧୋନିଙ୍କ ଫଟୋ, ମା କହିଲେ ସେ ସେତେ ବୁଢ଼ା ନୁହେଁ
ଭାଇରାଲ ହେଲା ଧୋନିଙ୍କ ଫଟୋ, ମା କହିଲେ ସେ ସେତେ ବୁଢ଼ା ନୁହେଁ
author img

By

Published : May 13, 2020, 4:33 PM IST

ରାଞ୍ଚି: 10 ବର୍ଷ ପୂର୍ବରୁ ସେ ତାଙ୍କର ଲମ୍ବା ହେୟାର ଷ୍ଟାଇଲ ବଦଳାଇ ଦେଇ ଛୋଟ ଚୁଟି କରି ଦେଇଥିଲେ । 2011 ବିଶ୍ବକପ ପରେ ଲଣ୍ଡା ମଧ୍ୟ ହୋଇ ସଭିଙ୍କୁ ଚକିତ କରି ଦେଇଥିଲେ । ମଝିରେ ଦାଢ଼ି ରଖିଥିଲେ ପରେ ପୁଣି କ୍ଲିନ ଶେଭ କରି ନେଇଥିଲେ । ସେତେବେଳେ ହିଁ ଶେଷ ଥର ପାଇଁ କ୍ରିକେଟ ଜଗତ ଏମଏସ ଧୋନିଙ୍କୁ ଦେଖିଲା । ଆଉ ବର୍ତ୍ତମାନ ଧୋନିଙ୍କ ଏକ ଭାଇରାଲ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।

He's not that old, MS Dhoni's mother reacts on viral photo, MS Dhoni, ଭାଇରାଲ ହେଲା ଧୋନିଙ୍କ ଫଟୋ, ମା କହିଲେ ସେ ସେତେ ବୁଢ଼ା ନୁହେଁ
ଭାଇରାଲ ହେଲା ଧୋନିଙ୍କ ଫଟୋ, ମା କହିଲେ ସେ ସେତେ ବୁଢ଼ା ନୁହେଁ

ଏହି ଫଟୋରେ ଧୋନିଙ୍କର ଲମ୍ବା କେଶ ନଥିଲା, କିନ୍ତୁ ସେ ଟିକେ କ୍ଳାନ୍ତ ଦେଖାଯାଉଥିଲେ, କିଛି ମାତ୍ରାରେ ଫିକା ପଡିଯାଇଥିଲେ କିନ୍ତୁ ଯାହା ସଭିଙ୍କ ଆଖିରେ ପଡିଥିଲା ​​ତାହା ହେଉଛି ତାଙ୍କ ଦାଢ଼ିର ଧୂସରତା । ଏହା ସାଧାରଣ ଲୁକ୍ ନଥିଲା, ଦାଢ଼ି ସବୁ ଧୂସର ଏବଂ ଧଳା ରଙ୍ଗର ରଙ୍ଗ ଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ପ୍ରଶ୍ନ ସୃଷ୍ଟି କରିଛି । କେତେକ ଭାରତର ପୂର୍ବତନ ଅଧିନାୟକଙ୍କ ବୟସ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ।

ତେବେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଧୋନିଙ୍କ ମା ଦେବକୀ ଦେବୀ କହିଛନ୍ତି ଯେ, ତାଙ୍କ ପୁଅ ଏତେ ବୟସ୍କ ନୁହଁନ୍ତି ଯେମିତି କେତେକ ସୋସିଆଲ ମିଡିଆରେ ଲୋକ ମନ୍ତବ୍ୟ ଦେଉଛନ୍ତି । “ହଁ, ମୁଁ ତାଙ୍କର ନୂଆ ଲୁକ ଦେଖିଛି କିନ୍ତୁ ସେ ସେତେ ବୟସ୍କ ନୁହେଁ । କୌଣସି ଶିଶୁ ତା ମା ପାଇଁ କେବେ ବି ବୁଢ଼ା ହୁଅନ୍ତି ନାହିଁ,’’ ବୋଲି ଧୋନିଙ୍କ ମା କହିଛନ୍ତି।

ଚଳିତ ବର୍ଷ ଜୁଲାଇ 7 ରେ 39 ବର୍ଷରେ ପଦାର୍ପଣ କରିଥିବା ଧୋନି ଗତ ବର୍ଷ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ବକପ ସେମିଫାଇନାଲରେ ଭାରତ ପାଇଁ ଖେଳିଥିଲେ । ସେବେଠାରୁ ଦୁଇଥର ବିଶ୍ବକପ ବିଜେତା ଅଧିନାୟକ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି । ଘରୋଇ କ୍ରିକେଟରୁ ଧୋନିଙ୍କ ଅନୁପସ୍ଥିତି ମଧ୍ୟ ତାଙ୍କ ଅବସର ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯାହା ଉପରେ କ୍ରିକେଟ ଜଗତ ଭିନ୍ନ ମତରେ ରଖିଛି ।

90ଟି ଟେଷ୍ଟ, 350ଟି ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଥିବା ଧୋନି ଆଇପିଏଲର 13 ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବରେ କ୍ରିକେଟ ପଡ଼ିଆକୁ ଫେରିବାକୁ ଯୋଜନା କରିଥିଲେ । କିନ୍ତୁ କରୋନାଭାଇରସ ମହାମାରୀ ବିସିସିଆଇକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲ ସ୍ଥଗିତ ରଖିବାକୁ ବାଧ୍ୟ କଲା ।

ଧୋନିଙ୍କ ଟି -20 ବିଶ୍ବକପ ପାଇଁ ଭାରତୀୟ ଦଳକୁ ଯିବାର ସମ୍ଭାବନା ଉପରେ ପ୍ରତିକ୍ରିୟା ରଖି ତାଙ୍କ ମା କହିଛନ୍ତି ଯେ, ‘‘ତାଙ୍କ ଟି -20 ବିଶ୍ବକପ ଖେଳିବା ବିଷୟରେ ମୁଁ ନିଶ୍ଚିତ ନୁହେଁ । କରୋନାଭାଇରସ ପ୍ରଥମେ ଶେଷ ହେଉ । କେତେବେଳେ କଲ ନେବାକୁ ହେବ ସେ ଭଲଭାବେ ଜାଣନ୍ତି,’’ ବୋଲି ଧୋନିଙ୍କ ମା କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.