ETV Bharat / sports

ଅଲରାଉଣ୍ଡର ରୋଷ୍ଟନ ଚେଜଙ୍କ ଲକ୍ଷ୍ୟ, ଇଂଲଣ୍ଡ ମାଟିରେ ଶତକ ହାସଲ - ଅଲରାଉଣ୍ଡର ରୋଷ୍ଟନ ଚେଜଙ୍କ ଲକ୍ଷ୍ୟ

ଇଂଲଣ୍ଡରେ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ସମ୍ମାନ ମିଳେ । ଏମିତିକି ଅନ୍ୟ କ୍ରିକେଟର ଅଧିକ ଗମ୍ଭୀରତାର ସହ ଗ୍ରହଣ କରନ୍ତି ବୋଲି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ରୋଷ୍ଟନ ଚେଜ କହିଛନ୍ତି ।

Here's why Roston Chase wants to score century in England in upcoming Test series
ଅଲରାଉଣ୍ଡର ରୋଷ୍ଟନ ଚେଜଙ୍କ ଲକ୍ଷ୍ୟ, ଇଂଲଣ୍ଡ ମାଟିରେ ଶତକ ହାସଲ
author img

By

Published : Jun 21, 2020, 12:47 PM IST

ଲଣ୍ଡନ: ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ରୋଷ୍ଟନ ଚେଜ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଶତକ ହାସଲ ପାଇଁ ଲକ୍ଷ୍ୟ ରହିଛନ୍ତି ।

ଏହାର କାରଣ ଚେଜ କହିଛନ୍ତି ଯେ, ଇଂଲଣ୍ଡରେ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ସମ୍ମାନ ମିଳେ। ଏମିତିକି ଅନ୍ୟ କ୍ରିକେଟର ଅଧିକ ଗମ୍ଭୀରତାର ସହ ଗ୍ରହଣ କରନ୍ତି ।

ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବା ଏକ ନିଆରା ଉପଲବ୍ଧି ପ୍ରଦାନ କରିଥାଏ । ମାତ୍ର ଇଂଲଣ୍ଡ ମାଟିରେ ଶତକ ହାସଲ କରିବା ଜଣେ ବ୍ୟାଟ୍ସମ୍ୟାନର ଦକ୍ଷତାକୁ ପ୍ରମାଣିତ କରିଥାଏ । ସେଥିପାଇଁ ଆଗାମୀ ସିରିଜରେ ବ୍ୟାଟରେ ପ୍ରଭାବୀ ପ୍ରଦର୍ଶନ କରିବା ନେଇ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି । ଯଥା ସମ୍ଭବ ଅଧିକ ସ୍କୋର ପାଇଁ ପ୍ରୟାସ ରହିବ । ତେବେ ଗୋଟିଏ ଶତକ ହାସଲ କରିନପାରିଲେ, ଖୁସି ଅନୁଭବ ହେବ ନାହିଁ ବୋଲି କହିଛନ୍ତି ରୋଷ୍ଟନ ଚେଜ୍ ।

ବର୍ଷ 2016ରେ ଡେବ୍ୟୁ ପରଠାରୁ 5ଟି ଶତକ ହାସଲ କରିଛନ୍ତି । ଏଥିରେ ଭାରତ ବିପକ୍ଷରେ ଓ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଗୋଟିଏ ଲେଖାଏଁ ଶତକ ରହିଛି । ୱିସଡେନ ଟ୍ରଫିର ଗତ ସଂସ୍କରଣ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିଲା । ଚେଜଙ୍କ 8ୱିକେଟ ଅକ୍ତିଆର ଫଳରେ, ଇଂଲଣ୍ଡକୁ ହରାଇ ଟ୍ରଫି ଜିତିଥିଲା ଇଣ୍ଡିଜ ।

28 ବର୍ଷୀୟ ଚେଜ୍ ଏୟାବତ 32ଟି ଟେଷ୍ଟରୁ 1695 ରନ ସଂଗ୍ରହ କହିବା ସହ 59ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.