ETV Bharat / sports

ଧୋନିଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା - ms dhoni retirement

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଧୋନିଙ୍କ ସହ ଆଇପିଏଲ ମ୍ୟାଚର ଏକ ଫଟୋ ସେୟାର କରିବା ସହ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇଛନ୍ତି । ଏବଂ କହିଛନ୍ତି, ସର୍ବଦା ଶାନ୍ତ ହୋଇ ରହିବ' ।

Here's how Preity Zinta thanked MS Dhoni
ଧୋନିଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ପ୍ରୀତି ଜିନ୍ତା
author img

By

Published : Aug 17, 2020, 3:44 PM IST

ମୁମ୍ବାଇ: ଭାରତର ବିଶ୍ବକପ ବିଜୟୀ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ ତାଙ୍କୁ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛାର ସୁଅ ଝୁଟିବାରେ ଲାଗିଛି ।

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଧୋନିଙ୍କ ସହ ଆଇପିଏଲ ମ୍ୟାଚର ଏକ ଫଟୋ ସେୟାର କରିବା ସହ ସ୍ମରଣୀୟ ମୂହୂର୍ତ୍ତକୁ ମନେପକାଇଛନ୍ତି । ଏବଂ କହିଛନ୍ତି, ସର୍ବଦା ଶାନ୍ତ ହୋଇ ରହିବ' ।

ଧୋନିଙ୍କ ଖାସ୍ ହେଲିକପ୍ଟର ସଟକୁ ମନେପକାଇ ପ୍ରୀତି ଜିଣ୍ଟା ଲେଖିଛନ୍ତି, "ହେଲିକପ୍ଟର ତଳକୁ ଆସିଗଲା କିନ୍ତୁ ଉପରକୁ ଉଠିବା ସଦା ସ୍ମରଣୀୟ ହୋଇ ରହିଗଲା ।"

ସେୟାର ହୋଇଥିବା ଆଇପିଏଲ ମ୍ୟାଚ ସମୟର ଏହି ଫଟୋ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ଥିବାବେଳେ, ପ୍ରୀତି ଜିଣ୍ଟା କିଙ୍ଗ୍ସ ଇଲେଭେନ ପଞ୍ଜାବର ଟି-ସାର୍ଟ ପରିଧାନ କରିଛନ୍ତି ।

ଟ୍ବିଟ ଯୋଗେ ଧୋନିଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରୀତି ଜିଣ୍ଟା । ଏହି ଟ୍ବିଟ ହେବାର ଗୋଟିଏ ଘଣ୍ଟା ମଧ୍ୟରେ 1ହଜାରରୁ ଅଧିକ ଲୋକେ ଏହାକୁ ପସନ୍ଦ କରିଥିଲେ ।

ଶନିବାର ସ୍ବାଧୀନତା ଦିବସ ସନ୍ଧ୍ୟାରେ ଧୋନି, ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଭାରତୀୟ ଜର୍ସିରେ ଧୋନି ନଜର ଆସିବେନି ଖବରରେ କ୍ରିକେଟ ପ୍ରେମୀ ନିରାଶ ହେବାସହ, ଧୋନିଙ୍କୁ ଭାରତୀୟ କ୍ରିକେଟରେ ଅଗଣିତ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.