ETV Bharat / sports

ବିରାଟ ଜଣେ ମଣିଷ, ମେସିନ ନୁହଁନ୍ତି: କୋଚ ରାଜକୁମାର ଶର୍ମା

author img

By

Published : Sep 27, 2020, 7:29 PM IST

ଗଣମାଧ୍ୟମକୁ ବିରାଟଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା କହିଛନ୍ତି, " ଭାରତୀୟ କ୍ୟାପଟେନ ବିରାଟ କୋହଲି, ଖେଳାଳି ଭାବେ ଯେଉଁ ବେଞ୍ଚମାର୍କ ସ୍ଥିର କରିଛନ୍ତି ତାହା ଫ୍ୟାନ୍ସଙ୍କ ଶ୍ରୀଘ୍ର ଧୈର୍ଯ୍ୟ ହରାଇବାର ପ୍ରମୁଖ କାରଣ ।

He is not a machine: Coach Rajkumar Sharma opens up after Kohli's bad performance
ବିରାଟ ଜଣେ ମଣିଷ, ମେସିନ ନୁହଁନ୍ତି: କୋଚ ରାଜକୁମାର ଶର୍ମା

ଦୁବାଇ: ଚର୍ଚ୍ଚାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି । କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟ ଦୁଇଟି କ୍ୟାଚ ହାତଛଡା କରିବା ପରେ କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପରେ 200ରୁ ଅଧିକ ରନର ପିଛା କରୁଥିବାବେଳେ, ଏକ ଖରାପ ସଟ ଖେଳି ପ୍ୟାଭିଲିୟନ ଫେରିଯାଇଥିଲେ ବିରାଟ । ଏହାକୁ ନେଇ ଏକାଧିକ କ୍ରିକେଟ ସମୀକ୍ଷକ ପଡିଆରେ ବିରାଟଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ବିରାଟଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ଭିନ୍ନ ମତ ରଖିଛନ୍ତି । ଦୁଇଟି କ୍ୟାଚର ଆଧାରରେ ବିରାଟଙ୍କ ଭଳି ଖେଳାଳିଙ୍କୁ ପରଖିବା ସମୀଚିନ ନୁହେଁ ବୋଲି ସେ କହିଛନ୍ତି ।

He is not a machine: Coach Rajkumar Sharma opens up after Kohli's bad performance
କୋଚ ରାଜକୁମାର ଶର୍ମାଙ୍କ ସହ ବିରାଟ କୋହଲି

ଗଣମାଧ୍ୟମକୁ ବିରାଟଙ୍କ ପିଲାଦିନର କୋଚ କହିଛନ୍ତି, " ଭାରତୀୟ କ୍ୟାପଟେନ ବିରାଟ କୋହଲି, ଖେଳାଳି ଭାବେ ଯେଉଁ ବେଞ୍ଚମାର୍କ ସ୍ଥିର କରିଛନ୍ତି ତାହା ଫ୍ୟାନ୍ସଙ୍କ ଶ୍ରୀଘ୍ର ଧୈର୍ଯ୍ୟ ହରାଇବାର ପ୍ରମୁଖ କାରଣ । ପ୍ରତ୍ୟେକ ଥର ଏହି ଖେଳାଳି ରନ ସଂଗ୍ରହ କରନ୍ତୁ ବୋଲି ଫ୍ୟାନ୍ସ ଆଶା ରଖିଥାନ୍ତି । ମାତ୍ର ଯେବେ ଏହା ହୋଇନଥାଏ, ଫ୍ୟାନ୍ସ ପ୍ରତିକ୍ରିୟାଶୀଳ ହୋଇପଡନ୍ତି ।

ବିରାଟ କୋହଲି

"ମାତ୍ର ଏହା ଏକ କ୍ରୀଡାବିତ ଜୀବନର ଅଂଶ । ଖେଳାଳିଙ୍କୁ ପିଚରେ ଖରାପ ଓ ଭଲ ଦିନ ଦେଖିବାକୁ ପଡିଥାଏ । ଲୋକମାନେ ଭୁଲି ଯାଉଛନ୍ତି ଯେ କୋହଲି ଜଣେ ମଣିଷ, ମେସିନ ନୁହଁନ୍ତି । କେବେ ନା କେବେ ପ୍ରଦର୍ଶନ ଖରାପ ହୋଇଥାଏ, ଏଥିରେ ଭୁଲ ନଥାଏ । ମାତ୍ର ଏକା ଖେଳର ଏକ ଅଂଶ ।"

ଗୁରୁବାର ଦୁବାଇ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରସିବି, କିଙ୍ଗ୍ସ ଇଲେଭେନ ପଞ୍ଜାବ 97 ରନରେ ପରାସ୍ତ ହୋଇଥିଲା । ମ୍ୟାଚ ପରେ କୋହଲି ମଧ୍ୟ ଟିମ ସହ ନିଜର ତ୍ରୁଟିକୁ ସ୍ବୀକାର କରିଥିଲେ । ରାହୁଲଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାଚ ହାତ ଛଡା କରିବା ମହଙ୍ଗା ପଡିଲା ବୋଲି କହିଥିଲେ ।

ବିରାଟଙ୍କ ସହ କୋଚ ରାଜକୁମାର ଶର୍ମା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.