ETV Bharat / sports

2011 ବିଶ୍ବକପ ମ୍ୟାଚ ଫିକ୍ସି ଅଭିଯୋଗ, ICCକୁ ପ୍ରମାଣ ଦେଇଛି କହଲେ ଆଲୁଥଗାମାଗେ

ଶ୍ରୀଲଙ୍କାରେ ଥମୁନି 2011 ବିଶ୍ବକପ ମ୍ୟାଚ ଫିକ୍ସି ଅଭିଯୋଗ ମାମଲାର ବିବାଦ । ଆଇସିସି ଏୟୁସିକୁ ଅଧିକ ପ୍ରମାଣ ପ୍ରଦାନ କରିଥିବା କହିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମାଗେ । ଅଧିକ ପଢ଼ନ୍ତୁ...

author img

By

Published : Jul 5, 2020, 12:41 AM IST

ଶ୍ରୀଲଙ୍କାରେ ଥମୁନି 2011 ବିଶ୍ବକପ ମ୍ୟାଚ ଫିକ୍ସି ଅଭିଯୋଗ ମାମଲାର ବିବାଦ । ଆଇସିସି ଏୟୁସିକୁ ଅଧିକ ପ୍ରମାଣ ପ୍ରଦାନ କରିଥିବା କହିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମାଗେ । ଅଧିକ ପଢ଼ନ୍ତୁ...
2011 ବିଶ୍ବକପ ମ୍ୟାଚ ଫିକ୍ସି ଅଭିଯୋଗ, ICCକୁ ପ୍ରମାଣ ଦେଇଛି କହଲେ ଆଲୁଥଗାମାଗେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମାଗେ କହିଛନ୍ତି ଯେ 2011 ବିଶ୍ବକପ ଫାଇନାଲ ଫିକ୍ସ ହୋଇଛି ବୋଲି ତାଙ୍କ ଦାବି ଉପରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅଧିକ ପ୍ରମାଣ ଯୋଗାଇ ଦେଇଛନ୍ତି। ଆଲୁଥଗାମାଗେ କହିଛନ୍ତି ଯେ ଆଇସିସିର ଦୁର୍ନୀତି ନିବାରଣ ୟୁନିଟ (ଏସିୟୁ) ଅଧ୍ୟକ୍ଷ ଆଲେକ୍ସ ମାର୍ଶଲଙ୍କୁ ଇ-ମେଲ ମାଧ୍ୟମରେ ଯୋଗାଯୋଗ କରିବା ସମୟରେ ସେ ଅଧିକ ପ୍ରମାଣ ଯୋଗାଇଛନ୍ତି।

‘‘ଆଇସିସି ଦୁର୍ନୀତି ନିବାରଣ ୟୁନିଟର ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶଲ ମୋତେ ଏକ ଇ-ମେଲ ପଠାଇଛନ୍ତି । ମୁଁ ଏ ସମ୍ପର୍କରେ ତାଙ୍କୁ ଅଧିକ ସୂଚନା ପ୍ରଦାନ କରିଛି ଏବଂ ମୁଁ ଏହା ଜାରି ରଖିବି,’’ ବୋଲି ଆଲୁଥଗାମାଗେ କହିଥିବା ଶ୍ରୀଲଙ୍କା ନ୍ୟୁଜ ଆଉଟଲେଟ ନ୍ୟୁଜ ଫାଷ୍ଟ ରିପୋର୍ଟ କରିଛି ।

‘‘ଆଇସିସି ଏହାର ଅନୁସନ୍ଧାନ କରିବ। ଦୟାକରି ଏହାକୁ ରାଜନୀତିକରଣ କରନ୍ତୁ ନାହିଁ । ଯେଉଁମାନେ 2011 କ୍ରିକେଟ ବିଶ୍ବକପ ଫିକ୍ସିଂ ସହ ଜଡିତ ଅଛନ୍ତି ସେମାନେ ବର୍ତ୍ତମାନ ଏଥିପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଇସିସିର ତଦନ୍ତକୁ ସମର୍ଥନ କରିବାକୁ ମୁଁ କ୍ରୀଡା ମନ୍ତ୍ରଣାଳୟ ଏବଂ ଶ୍ରୀଲଙ୍କା କ୍ରିକେଟ ପରିଷଦକୁ ଅନୁରୋଧ କରୁଛି ।’’

ଶ୍ରୀଲଙ୍କା କ୍ରୀଡା ମନ୍ତ୍ରଣାଳୟର ସ୍ବତନ୍ତ୍ର ଅନୁସନ୍ଧାନ ୟୁନିଟ୍ (SIU) ପୂର୍ବରୁ କହିଥଲା ଯେ ସ୍ପଷ୍ଟ ପ୍ରମାଣ ଅଭାବରୁ ଆଲୁଥଗାମାଗେଙ୍କ ଅଭିଯୋଗ ଉପରେ ଏହାର ଯାଞ୍ଚ ଶେଷ ହୋଇଛି। କେଉଁ ଆଧାରରେ ଏସଆଇୟୁ ତଦନ୍ତ କରିଥିଲା, ଆଲୁଥଗାମାଗେ ତାହା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ।

’’ମୁଁ ଜାଣେ ନାହିଁ କେଉଁ ଆଧାରରେ ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଏବଂ ମହେଲା ଜୟୱର୍ଦ୍ଧନେଙ୍କୁ ଡକାଇ ପଚରା ଉଚରା କରିଥିଲା ।’’

‘‘ମ୍ୟାଚ ଫିକ୍ସିଂ ଦାବି ଉପରେ ଏକ ବୟାନ ରେକର୍ଡ କରିବାକୁ କୁମାର ସାଙ୍ଗାକାରାଙ୍କୁ ଡକାଯିବା ପରେ ତାଙ୍କ ଓକିଲମାନେ ସ୍ପୋର୍ଟସ ସମ୍ବନ୍ଧୀୟ ଅପରାଧ ନିବାରଣ ଉପରେ ସ୍ବତନ୍ତ୍ର ଅନୁସନ୍ଧାନ ୟୁନିଟକୁ ସୂଚନା ଦେଇଥିଲେ ଯେ କ୍ରିକେଟ ଖେଳାଳିମାନେ ଏ ସମ୍ପର୍କରେ ବୟାନ ଦେବାକୁ ଉତ୍ତରଦାୟୀ ନୁହଁନ୍ତି, କାରଣ ଏହା ବୈଧ ନୁହେଁ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.