ETV Bharat / sports

ଆଇସିସି ଟେଷ୍ଟ ବୋଲିଂ ରାଙ୍କିଂ: ତୃତୀୟ ସ୍ଥାନରେ ହାଟ୍ରିକ ହିରୋ ବୁମରା - ଟେଷ୍ଟ କ୍ରିକେଟରେ ବୁମରା

ଟିମ ଇଣ୍ଡିଆର ଷ୍ଟାର ପେସର ଜଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ପୂର୍ବ ମାନ୍ୟତ ତୁଳନାରେ 4ଟି ସ୍ଥାନ ଉପରକୁ ଉଠି 835 ପଏଣ୍ଟ ସହ 3ୟ ସ୍ଥାନରେ ପହଞ୍ଚିଛନ୍ତି।

ଜଶପ୍ରୀତ ବୁମରା
author img

By

Published : Sep 3, 2019, 8:16 PM IST

ଜାମାଇକା: ଟିମ ଇଣ୍ଡିଆର ଷ୍ଟାର ପେସର ଜଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ନିଜର ଯାଦୁ ଦେଖାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସର୍ବାଧିକ 13 ୱିକେଟ ହାସଲ କରିଛନ୍ତି । ଫଳରେ କାରବିୟାନ ମାଟିରେ ଭାରତ ଇଣ୍ଡିଜକୁ ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ କ୍ଳିନ ସୁଇପ କରିପାରିଛି।

ସଦ୍ୟ ପ୍ରକାଶିତ ଆଇସିସି ବୋଲିଂ ମାନ୍ୟତାର 3ନଂ ସ୍ଥାନରେ ପହଞ୍ଚିଛନ୍ତି ବୁମରା । କ୍ରିକେଟର ଏହି ଲମ୍ବା ଫର୍ମାଟରେ ବୁମରା ନିଜ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ବୁମରା ପୂର୍ବ ମାନ୍ୟତା ତୁଳନାରେ 4ଟି ସ୍ଥାନ ଉପରକୁ ଉଠି 835 ପଏଣ୍ଟ ସହ 3ୟ ସ୍ଥାନରେ ରହିଛନ୍ତି ।

ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ପାଟ କମିନ୍ସ (908 ପଏଣ୍ଟ )ରହିଛନ୍ତି । ଦକ୍ଷିଣ ଆଫ୍ରିକାର କାସିଗୋ ରବାଡା 851 ପଏଣ୍ଟ ସହ ତାଲିକାର 2ୟ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର 7ଟି ସ୍ଥାନ ଉପରକୁ ଉଠି 814 ପଏଣ୍ଟ ସହ 5ମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଭର୍ଣ୍ଣନ ଫିଲାଣ୍ଡର 2 ଟି ସ୍ଥାନ ତଳକୁ ଖସି 813 ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଖସିଛନ୍ତି ।

ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ 2ଟି ସ୍ଥାନ ତଳକୁ ଖସି 795 ପଏଣ୍ଟ ସହ ତାଲିକାର 7ମ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଅନ୍ୟତମ ବୋଲର ନେଲ ୱାଙ୍ଗର ମଧ୍ୟ 2ଟି ସ୍ଥାନ ତଳକୁ ଖସି 8ମ ସ୍ଥାନରେ ରହିଛନ୍ତି । 9ମ ସ୍ଥାନରେ 780 ପଏଣ୍ଟ ସହ କିମାର ରୋଚ ଓ 10ମ ସ୍ଥାନରେ ପାକିସ୍ତାନର ମହମ୍ମଦ ଆବାସ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.