ETV Bharat / sports

AUS vs IND: ପୁଣି ଫ୍ୟାନ୍ସଙ୍କ ହୃଦୟ ଜିଣିଲେ ଓ୍ବାର୍ଣ୍ଣର, ଗ୍ରାଉଣ୍ଡରେ ବାନ୍ଧିଲେ ହାର୍ଦ୍ଦିକଙ୍କ ଜୋତା ଲେସ୍‌

author img

By

Published : Nov 28, 2020, 5:16 PM IST

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଦେଖିବାକୁ ମିଳିଛି ସ୍ପୋର୍ଟସମ୍ୟାନ ସ୍ପିରିଟ । ଯାହାର ଭିଡିଓ ଆଇସିସି ନିଜର ଅଫିସିଆଲ ଟ୍ବିଟରରେ ସେୟାର କରି ପ୍ରଶଂସା କରିଛି ।

AUS vs IND: ପୁଣି ଫ୍ୟାନ୍ସଙ୍କ ହୃଦୟ ଜିଣିଲେ ଓ୍ବାର୍ଣ୍ଣର, ଗ୍ରାଉଣ୍ଡରେ ବାନ୍ଧିଲେ ହାର୍ଦ୍ଦିକଙ୍କ ଜୋତା ଲେସ୍‌
AUS vs IND: ପୁଣି ଫ୍ୟାନ୍ସଙ୍କ ହୃଦୟ ଜିଣିଲେ ଓ୍ବାର୍ଣ୍ଣର, ଗ୍ରାଉଣ୍ଡରେ ବାନ୍ଧିଲେ ହାର୍ଦ୍ଦିକଙ୍କ ଜୋତା ଲେସ୍‌

ସିଡନୀ: ପୁଣି ଚର୍ଚ୍ଚାରେ ଅଷ୍ଟ୍ରେଲିଆର ଓପନୋର ଡେଭିଡ ଓ୍ବାର୍ଣ୍ଣାର । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ସେ ଦେଖାଇଛନ୍ତି ସ୍ପୋର୍ଟସମ୍ୟାନ ସ୍ପିରିଟ । ଯାହାର ଭିଡିଓ ଆଇସିସି ନିଜର ଅଫିସିଆଲ ଟ୍ବିଟରରେ ସେୟାର କରି ପ୍ରଶଂସା କରିଛି ।

ଗତ ଶୁକ୍ରବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଥିଲା । ଭାରତୀୟ ଦଳ ବିଜୟଲକ୍ଷ୍ୟକୁ ପିଛି କରୁଥିବାବେଳେ 31.3ଓଭର ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୋତାରେ ଲେସ୍‌ ଖୋଲି ଯାଇଥିଲା । ଏହି ସମୟରେ ଅଷ୍ଟ୍ରେଲିଆ ଦଳ ଡେଭିଡ ଓ୍ବାର୍ଣ୍ଣର ତାଙ୍କର ଲେସ୍‌ ବାନ୍ଧି ଦେଇଥିଲେ । ଏହାପରେ ହାର୍ଦ୍ଦିକ ତାଙ୍କୁ ଧନ୍ୟବାଦ ଜଣାଇଥିଲା । ତେବେ ଏହି ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାପରେ କ୍ରିକେଟ ପ୍ରେମୀମାନେ ଓ୍ବାର୍ଣ୍ଣରଙ୍କ ବେଶ୍‌ ପ୍ରଶଂସା କରିଛନ୍ତି ।

ଆଇସିସି ବି ଉକ୍ତ ସମୟର କ୍ଲିପ୍‌କୁ ସେୟାର କରି ଲେଖିଛି ସ୍ପିରିଟ୍‌ ଅଫ୍‌ କ୍ରିକେଟ ।

ସୂଚନାଥାଉକି, ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ 66ରନ୍‌ରେ ଜିଣିଛି । ଅନ୍ୟପଟେ ପାଣ୍ଡ୍ୟା ବିସ୍ପୋରକ ଇଂନିସ ଖେଳିଥିଲେ । 76ବଲ୍‌ରେ 90ରନ୍‌ ହାସଲ କରିଥିଲେ । ସେଥିରେ 7ଟି ଚୌକା, 4ଟି ଛକା ସାମିଲ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.