ନୂଆଦିଲ୍ଲୀ: ଭାରତୀୟ ଦଳକୁ ଘାରିଛି ଆହାତ ସମସ୍ୟାର ଚିନ୍ତା । ବୁମରାଙ୍କ ପରେ ଏବେ ଆହତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହାତ ସମସ୍ୟା ପାଇଁ ସେ ଆଗାମୀ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡିବା ସମ୍ଭାବନା ରହିଛି ।
ତେବେ ଚିକିତ୍ସା ପାଇଁ ପାଣ୍ଡ୍ୟା ଖୁବ୍ଶୀଘ୍ର ଲଣ୍ଡନ ଯାତ୍ରା କରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ରେ ସେ ଆହତ ହୋଇଥିଲେ ।
ଉଲ୍ଲେଖଥାଉ କି, ଆହତ କାରଣରୁ ମଧ୍ୟ ବୁମରା ବୁଧବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଖେଳି ପାରିବେ ନାହିଁ । ତାଙ୍କ ପିଠିର ନିମ୍ନ ଭାଗରେ ଷ୍ଟ୍ରେସ ଫ୍ରାକ୍ଚର କାରଣରୁ ତାଙ୍କ ଆଘାତ ସମସ୍ୟା ଆହୁରି ବଢିଯାଇଛି । ତେବେ ବୁମରାଙ୍କୁ ଯେଉଁ ଡାକ୍ତର ଚକିତ୍ସା କରୁଛନ୍ତି ଏବେ ହାର୍ଦ୍ଦିକ ତାଙ୍କ ପାଖରେ ଚିକିତ୍ସା କରାଇବେ ।