ETV Bharat / sports

ଖୁବଶୀଘ୍ର ଦିନକରେ ଏକଲକ୍ଷ କୋରୋନା ମାମଲା ଚିହ୍ନଟ ସମ୍ଭାବନା: ହରଭଜନ

ଭାରତରେ ବର୍ଦ୍ଧିତ କୋରୋନା ସଂକ୍ରମଣ ହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ ସ୍ପିନର ହରଭଜନ ସିଂହ । ବହୁତ ଶୀଘ୍ର ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଏକଲକ୍ଷରେ ପହଞ୍ଚିବା ସମ୍ଭାବନା ଥିବା ସେ କହିଛନ୍ତି ।

harbhajan singh worried about increased cases of covid-19 in india
ଖୁବଶୀଘ୍ର ଦିନକରେ ଲକ୍ଷେ କୋରୋନା କେସ ଚିହ୍ନଟ ସମ୍ଭାବନା: ହରଭଜନ
author img

By

Published : Jul 23, 2020, 8:33 PM IST

ନୂଆଦିଲ୍ଲୀ: ଭାରତରେ ବର୍ଦ୍ଧିତ କୋରୋନା ସଂକ୍ରମଣ ହାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ ସ୍ପିନର ହରଭଜନ ସିଂହ । ପ୍ରତିଦିନ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଥିବାବେଳେ, ଏହା ଚିନ୍ତାର କାରଣ ହୋଇଛି । ବହୁତ ଶୀଘ୍ର ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଏକଲକ୍ଷରେ ପହଞ୍ଚିବା ସମ୍ଭାବନା ରହିଛି । ଏହାକୁ ନେଇ କାହାରି କୌଣସି ଚିନ୍ତା ନଥିବା ହରଭଜନ ଟ୍ବିଟରେ ଲେଖିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତରେ ଗୁରୁବାର ଗୋଟିଏ ଦିନରେ 45, 720 କୋଭିଡ-19 ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା 24 ଘଣ୍ଟା ସମୟ ମଧ୍ୟରେ ଦେଶରେ ସର୍ବକାଳୀନ ସର୍ବାଧିକ । ମୋଟ ପଜିଟିଭଙ୍କ ସଂଖ୍ୟା 12, 38, 635ରେ ପହଞ୍ଚିଛି ।

1129 ନୂଆ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 29,861ରେ ପହଞ୍ଚିଛି । ତେବେ ଆଶ୍ବସ୍ଥିକର ଭାବେ ସୁସ୍ଥହାରରେ ବୃଦ୍ଧି ଘଟିଥିବା ଜଣାପଡିଛି । ଏଯାବତ 7,82,607ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟା ପଜିଟିଭ କେସ୍ 426,167 ରହିଛି । କୋଭିଡ-19ରେ ପ୍ରଭାବିତ ବିଶ୍ବରେ ଦେଶ ମାନଙ୍କ ମଧ୍ୟରେ ଭାରତ 3ୟ ସ୍ଥାନରେ ରହିଛି । ପ୍ରତି 3 ଦିନରେ ଏକ ଲକ୍ଷ ନୂଆ ସଂକ୍ରମଣ କେସ ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.