ହାଇଦ୍ରାବାଦ: କୋରାନା କାରଣରୁ ସବୁଆଡେ ଏବେ ତାଲାବନ୍ଦ । ଲକଡାଉନ ଯୋଗୁଁ ସମସ୍ତ କ୍ରିକେଟର ମଧ୍ୟ ନିଜ ନିଜ ଘରେ ବନ୍ଦ ରହିଛନ୍ତି । କ୍ରିକେଟରମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବହୁ ସମୟ ଅତିବାହିତ କରୁଛନ୍ତି । ଯେଉଁମାନେ ସବୁବେଳେ ଭ୍ରମଣ ଏବଂ ମ୍ୟାଚ ଖେଳିବାରେ ବ୍ୟସ୍ତ ରୁହନ୍ତି - ସେମାନେ ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍ ସକ୍ରିୟ ରହୁଛନ୍ତି ।
ପ୍ରାୟତଃ ସମସ୍ତ କ୍ରିକେଟର ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି ପରିସ୍ଥିତିରେ ସମସ୍ତଙ୍କୁ ପ୍ରେରଣା ଦେବା ପାଇଁ ୱାର୍କଆଉଟ ଭିଡିଓ ପୋଷ୍ଟ କରୁଛନ୍ତି ଏବଂ ନିୟମିତ ଭାବରେ ଟ୍ବିଟରରେ, ଇନଷ୍ଟାଗ୍ରାମ ଲାଇଭ ଅଧିବେଶନ କିମ୍ବା ପ୍ରଶ୍ନ ଉତ୍ତର ସେସନ କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହୁଛନ୍ତି ।
- " class="align-text-top noRightClick twitterSection" data="
">
ନିଜର ନିଶ ଓ ଚୁଲବୁଲା ବ୍ୟକ୍ତିତ୍ବ ପାଇଁ ଗବ୍ବର ଭାବରେ ପରିଚିତ ଭାରତୀୟ ଓପନର ଶିଖର ଧୱନ ମଧ୍ୟ ବେଶ ଆକ୍ଟିଭ ରହୁଛନ୍ତି ସୋସିଆଲ ମିଡିଆରେ । ନିଜ ପୁଅ ସହ ମଜାଳିଆ ଭିଡିଓ ସେୟାର କରୁଥିବା ଧୱନ ଏବେ ସେୟାର କରିଛନ୍ତି ନିଜର ନୂଆ ଲୁକ । ଏହାକୁ ଇନଷ୍ଟାଗ୍ରାମରେ ‘କ୍ବାରେଣ୍ଟାଇନ ଲୁକ’ ବୋଲି ଲେଖିଛନ୍ତି ଧୱନ ।
ତେବେ ଧୱନଙ୍କ ଏହି ଫଟୋ ଦେଖିବା ମାତ୍ରେ ଅଫ ସ୍ପିନର ହରଭଜନ ସିଂହ କମେଣ୍ଟ କରି ଧୱନଙ୍କୁ ଏକ ନୂଆ ନାଁ ଦେଇଛନ୍ତି ‘ବବ୍ବୁ’ ।