ETV Bharat / sports

ହରଭଜନଙ୍କ ଆଇପିଏଲ ରେକର୍ଡ - third Indian bowler

ହରଭଜନ 3ୟ ଭାରତୀୟ ସ୍ପିନର ଭାବେ ଆଇପିଏଲରେ 150ଟି ୱିକେଟ ହାସଲ କରିଛନ୍ତି । ସେ 147ଟି ମ୍ୟାଚରୁ 150ଟି ୱିକେଟ ଅକ୍ତିଆର କରିଛନ୍ତି ।

ଫଟୋ ସୌଜନ୍ୟ- ଟ୍ବିଟର @csk
author img

By

Published : May 11, 2019, 5:19 AM IST

ବିଶାଖାପଟନମ୍‌: ଏଠାରେ ଖେଳାଯାଇଥିବା କ୍ବାଲିଫାୟର-2ରେ ଦିଲ୍ଲୀକୁ 6 ୱିକେଟରେ ମାତ୍‌ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଏଥିସହିତ ଆସନ୍ତା 12ତାରିଖରେ ମୁମ୍ବାଇକୁ ଫାଇନାଲରେ ଭେଟିବାକୁ ଯାଉଛି ଚେନ୍ନାଇ । ତେବେ ଚେନ୍ନାଇର ଏହି ବିଜୟ ସହ ଦଳର ଅପ-ସ୍ପିନର ହରଭଜନ ସିଂ ନୂଆ ଆଇପିଏଲ ରେକର୍ଡ କରିଛନ୍ତି । ସେ 3ୟ ଭାରତୀୟ ସ୍ପିନର ଭାବେ ଆଇପିଏଲରେ 150ଟି ୱିକେଟ ହାସଲ କରିଛନ୍ତି ।

csk
ଫଟୋ ସୌଜନ୍ୟ- ଟ୍ବିଟର @csk

ତେବେ ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନର ଅମିତ ମିଶ୍ରା(157ୱିକେଟ, 147ମ୍ୟାଚ) । ସେହିପରି 157ମ୍ୟାଚରୁ 150ଟି ୱିକେଟ ନେଇଛନ୍ତି କେକେଆରର ସ୍ପିନର ପିୟୁସ ଚାୱାଲା । ଅନ୍ୟପଟେ ହରଭଜନ ଆଇପିଏଲର 3ୟ ସର୍ବାଧିକ ୱିକେଟ ଟେକର ହେବାର ଯୋଗ୍ୟତା ହାସଲ କରିଛନ୍ତି । ସେ 147ଟି ମ୍ୟାଚରୁ 150ଟି ୱିକେଟ ଅକ୍ତିଆର କରିଛନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ମୁମ୍ବାଇର ଲସିଥ ମାଲିଙ୍ଗା । ସେ 121ଟି ମ୍ୟାଚରୁ 169ଟି ୱିକେଟ ହାସଲ କରିଛନ୍ତି ।

ତେବେ ଓପିନଂ ଯୋଡିର ଅର୍ଦ୍ଧଶତକୀୟ ପାଳି ଓ ମିଳିତ ବୋଲିଂ ଆଧାରରେ ଶୁକ୍ରବାର ଖେଳାଯାଇଥିବା କ୍ବାଲିଫାୟର-2ରେ ଦିଲ୍ଲୀକୁ 6 ୱିକେଟରେ ମାତ୍‌ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ । ତେବେ ଚଳିତ ଥରକୁ ମିଶାଇ 8ମ ଥର ଆଇପିଏଲ ଫାଇନାଲ ଖେଳିବାକୁ ଯାଉଛି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ । ଅନ୍ୟପଟେ ଆଜିର ପରାଜୟ ସହ ଚଳିତ ଆଇପିଏଲ ଯାତ୍ରା ଶେଷ କରିଛି ଯୁବ ଦିଲ୍ଲୀ ଦଳ ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଥିବା ଦିଲ୍ଲୀ ନିର୍ଦ୍ଧାରିତ 20ଓଭରରେ 9ୱିକେଟ ହରାଇ 147ରନ କରିଥିଲା । ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ଗୋଟିଏ ଓଭରର ପୂର୍ବରୁ 4 ୱିକେଟ ହରାଇ 151ରନ କରିଛି ଥାଲାଙ୍କ ଏହି ଦଳ ।

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.