ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଶୁକ୍ରବାର 71 ବର୍ଷରେ ପାଦ ଦେଇଛନ୍ତି । ନିଜ ସମୟରେ ଗାଭାସ୍କର ଥିଲେ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଓପନର ଓ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ।
ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରତିଦିନ ଅନେକ ଜୀବନ ଯାଉଛି । ସେଥିପାଇଁ ଚଳିତବର୍ଷ ଜନ୍ମଦିନ ପାଳନ କରିବେନି ବୋଲି କହିଛନ୍ତି ଗାଭାସ୍କର ।6 ମାର୍ଚ୍ଚ 1971ରେ ଟେଷ୍ଟକ୍ରିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ । ଶେଷ ଟେଷ୍ଟ ମ୍ୟାଚ 13 ମାର୍ଚ୍ଚ 1987ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।
ଖେଳିଥିବା 125ଟି ଟେଷ୍ଟରୁ 10,122 ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ 34ଟି ଶତକ ଓ 45ଟି ଅର୍ଦ୍ଧଶତକ ସାମିଲ ରହିଛି । 108ଟି ଦିନିକିଆରୁ 3,092 ରନ ମଧ୍ୟ ଗାଭାସ୍କରଙ୍କ ନାମରେ ରହିଛି ।
34ଟି ଟେଷ୍ଟ ଶତକ ସହ ଟେଷ୍ଟ କ୍ରିକେଟରେ ପ୍ରାୟ ଦୁଇ ଦଶନ୍ଧି ଧରି ସର୍ବାଧିକ ଶତକ ହାସଲର ରେକର୍ଡ କରିଥିଲେ । ପରେ ଏହାକୁ ବର୍ଷ 2005ରେ ସଚିନ ତେନ୍ଦୁଲକର ଏହି ରେକର୍ଡକୁ ଭଙ୍ଗ କରିଥିଲେ ।