ETV Bharat / sports

47 ବର୍ଷରେ ଭାରତୀୟ କ୍ରିକେଟର 'ଦ ୱାଲ' ଦ୍ରାବିଡ

author img

By

Published : Jan 11, 2020, 1:09 PM IST

47 ବର୍ଷରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ, ପୂର୍ବତନ କ୍ୟାପଟେନ 'ଦ ୱାଲ' ରାହୁଲ ଦ୍ରାବିଡ । ଅଧିକ ପଢନ୍ତୁ...

Happy Birthday Rahul Dravid
47 ବର୍ଷରେ ରାହୁଲ ଦ୍ରାବିଡ

ହାଇଦ୍ରାବାଦ: 47 ବର୍ଷରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟର 'ଦ ୱାଲ' ରାହୁଲ ଦ୍ରାବିଡ । ଦ୍ରାବିଡ ଟିମ ଇଣ୍ଡିଆର ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସହ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରହିଛନ୍ତି । 11 ଜାନୁୟାରୀ 1973ରେ ଦ୍ରାବିଡ ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲେ । ତେବେ ସମୟ କ୍ରମେ ସେ ଭାରତୀୟ କ୍ରିକେଟର ଅନ୍ୟତମ ସଫଳ କ୍ୟାପଟେନ ହୋଇଥିଲେ । ଟିମ ଇଣ୍ଡିଆର ସବୁ ସମୟର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ସେ ଭାରତୀୟ କ୍ରିକେଟକୁ ଆଗକୁ ବଢାଇଛନ୍ତି । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହୱାଗ ଓ ଅନିଲ କୁମ୍ବଲେଙ୍କ ଭଳି ଶ୍ରେଷ୍ଠ ଖେଳାଳି ଦ୍ରାବିଡଙ୍କ ଟିମରେ ଖେଳିଛନ୍ତି ।

ନିଜର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି ଦ୍ରାବିଡ । ପାଖାପାଖି 25,000 ଅନ୍ତର୍ଜାତୀୟ ରନ ରହିଛି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନଙ୍କ ନାମରେ । 3 ଏପ୍ରିଲ 1996ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ ଦ୍ରାବିଡ । ସେହି ବର୍ଷ ଜୁନରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଏଣ୍ଟ୍ରି ମାରିଥିଲେ ଟିମ ଇଣ୍ଡିଆର ଏହି ଭେଟେରାନ କ୍ରିକେଟର । ଏହାପରେ ଭାରତୀୟ କ୍ରିକେଟ ଇତିହାସରେ ଆରମ୍ଭ ହୋଇଥିଲା ଏକ ସଫଳତମ ଅଧ୍ୟାୟ । ଦ୍ରାବିଡ 164ଟି ଟେଷ୍ଟରୁ 36 ଶତକ ଓ 63 ଅର୍ଦ୍ଧଶତକ ସହ 13,288 ରନ କରିଛନ୍ତି । ଟେଷ୍ଟରେ ଦ୍ରାବିଡଙ୍କ ସର୍ବାଧିକ ରନ 270 । ଦିନିକିଆରେ 344ଟି ମ୍ୟାଚରୁ 12 ଶତକ ଓ 83 ଅର୍ଦ୍ଧଶତକ ସହ 10,889 ରନ ସଂଗ୍ରହ କରିଛନ୍ତି । ଦିନିକିଆରେ 153 ରନ ଦ୍ରାବିଡଙ୍କ ସର୍ବାଧିକ ବ୍ୟକ୍ତିଗତ ରନ ।

ମାର୍ଚ୍ଚ 2012ରେ ଦ୍ରାବିଡ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ତେବେ ଭାରତୀୟ କ୍ରିକେଟକୁ ଦୂରେଇ ନାହାଁନ୍ତି । ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି ଏହି ମହାନ କ୍ରିକେଟର । ଏଥିସହିତ 19 ବର୍ଷରୁ କମ ଭାରତୀୟ କ୍ରିକେଟ ଟିମ ଓ ଇଣ୍ଡିଆ ଏ ଟିମ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ଦ୍ରାବିଡ । ଦ୍ରାବିଡଙ୍କ କୋଚ ରହିବା ସମୟରେ 2016 U-19 କ୍ରିକେଟ ବିଶ୍ବକପରେ ରନର୍ସଅପ ଓ 2018 U-19 କ୍ରିକେଟ ବିଶ୍ବକପ ଚମ୍ପିଆନ ହୋଇଛି । 2019ରେ ବିସିସିଆଇ ଜାତୀୟ କ୍ରିକେଟ ଏକାଡେମୀ(NCA)ର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । 47ତମ ଜନ୍ମଦିନରେ କ୍ରୀଡାଜଗତରୁ ଭାରତୀୟ କ୍ରିକେଟର ଭବିଷ୍ୟତଙ୍କୁ ଗଢୁଥିବା ଏହି ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.