ETV Bharat / sports

ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟଙ୍କ ଦବଦବା, ମହିଳାରେ ଝୁଲଣ ଶୀର୍ଷରେ

ଆଇସିସି ଟେଷ୍ଟ ଓ ଦିନିକିଆ ମାନ୍ୟତାରେ ରହିଛି ଭାରତୀୟ କ୍ରିକେଟରଙ୍କ ଦବଦବା । ଅନ୍ୟପଟେ ମହିଳା ମାନ୍ୟତାରେ ମଧ୍ୟ ଭାରତୀୟଙ୍କ ଦବଦବା ରହିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 4, 2019, 11:41 PM IST

ଦୁବାଇ: ଆଇସିସି ଟେଷ୍ଟ ଓ ଦିନିକିଆ ମାନ୍ୟତାରେ ରହିଛି ଭାରତୀୟ କ୍ରିକେଟରଙ୍କ ଦବଦବା ।ଆଇସିସି ଟେଷ୍ଟ ଓ ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି ଭାରତୀୟ ରନମେସିନ ତଥା କ୍ୟାପ୍ଟେନ କୋହଲି । ସେହିପରି ଦିନିକିଆ ବୋଲିଂ ତାଳିକାର ଶୀର୍ଷରେ ରହିଛନ୍ତି ଭାରତୀୟ ଷ୍ଟାର ପେସର ଜସପ୍ରୀତ ବୁମରା । ଅନ୍ୟପଟେ ମହିଳା ମାନ୍ୟତାରେ ମଧ୍ୟ ଭାରତୀୟଙ୍କ ଦବଦାବା ରହିଛି ।

ଦିନିକିଆ ମହିଳା ମାନ୍ୟତାର ଶୀର୍ଷରେ ରହିଛନ୍ତି ଭାରତୀୟ ଓପନର ସ୍ମୃତି ମନ୍ଧାନା । ସେହିପରି ବୋଲିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଭେଟେରାନ ପେସର ଝୁଲଣ ଗୋସ୍ବାମୀ । ତେବେ ଝୁଲଣ ଦୀର୍ଘ ଦୁଇ ବର୍ଷ ପରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ବାରା ପ୍ରକାଶିତ ମାନ୍ୟତାରେ ଝୁଲଣ ଶୀର୍ଷକୁ ଫେରିଛନ୍ତି । ଏଥିପୂର୍ବରୁ ସେ ୨୦୧୭ ଫେବୃୟାରରେ ଅନ୍ତିମ ଥର ଶୀର୍ଷରେ ଥିଲେ

ତେବେ ସେ ମହିଳା ଦିନିକିଆ କ୍ରିକଟରେ ସବୁଠୁ ସଫଳତମ ବୋଲର ଭାବେ ୨୧୮ ୱିକେଟ ନେଇସାରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.