ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସେ ନିଜ ପତ୍ନୀ ସାକ୍ଷୀଙ୍କ ସହ ରାଞ୍ଚିର ଜେଭିଏମ ସାମଲି ବିଦ୍ୟାଳୟରେ ବୁଥ ନଂ 78ରେ ଭୋଟ ଦେଇଛନ୍ତି । ତେବେ ଭୋଟ ଦେଲା ସମୟରେ ଝିଅ ଜିଭା ମଧ୍ୟ ପାଖରେ ଥିଲେ । ଯିଏ ସାଧାରଣ ଲୋକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଧୋନିଙ୍କ ଝିଆ ଜିଭା କହୁଛନ୍ତି ଆମେ ପରି ଭୋଟ ଦେବା ସମସ୍ତେ ଯାଆନ୍ତୁ । ଜିଭା ଭିଡିଓରେ କହୁଛନ୍ତି, ' ଗୋ ଆଣ୍ଡ୍ ଭୋଟ୍, ଜଷ୍ଟ ଲାଇକ୍ ମାମା ଓ ପାପା ଡିଡ୍' । ତେବେ ଜିଭାଙ୍କ କହିବାର ଅର୍ଥ ହେଲା ଆପଣମାନେ ସମସ୍ତେ ଭୋଟ ଦେବା ପାଇଁ ଯାଆନ୍ତୁ ।
ସୂଚନାଯୋଗ୍ୟ ଯେ, ଆଇପିଏଲରେ ବ୍ୟସ୍ତ ଥିବା ଧୋନି ଭୋଟ ଦେବା ପାଇଁ ରାଞ୍ଚି ଆସିଥିଲେ ।