ୱେଲିଂଟନ: ଆଇସିସିର ମହିଳା ବିଶ୍ବକପର ଥିମ ଗୀତ ହେଲା ଗାର୍ଲ ଗ୍ୟାଙ୍ଗ। 2022 ସମିହା ମାର୍ଚ୍ଚ 4 ତାରିଖରୁ ଅନ୍ତର୍ଜାତୀୟ ମହିଳା ବିଶ୍ବକପ ଆରମ୍ଭ ହେବାକୁ ଯାଉଛି। ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ 3 ତାରିଖ ଯାଏଁ ଚାଲିବ। ଏହି ବିଶ୍ବକପ ପାଇଁ ଅଫିସିଆଲ ଥିମଗୀତ ଭାବରେ ଚୟନ କରାଯାଇଛି।
ଏହାକୁ ନେଇ ଆଇସିସି ପକ୍ଷରୁ ମାଙ୍ଗାଉନାଇ ବେଳାଭୂମିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଗୀତକୁ ନ୍ୟୁଜିଲାଣ୍ଡ ଗାୟିକା ଗିନ ୱିଗମୋର କଣ୍ଠଦାନ କରିଛନ୍ତି। ଗୀତଟି ଆଇସିସି ଦ୍ବାରା ଅଫିସିଆଲ ଥିମ ସଙ୍ଗ ଘୋଷଣା ହେବା ପରେ ଖୁସି ଜାହିର କରିଛନ୍ତି ଗିନ ୱିଗମୋର।
ଗିନ ୱିଗମୋର କହିଛନ୍ତି ଯେ, "ଆଇସିସି ପକ୍ଷରୁ ଏଭଳି ଏକ ପସନ୍ଦ ଆସିବ ବୋଲି ମୁଁ ଆଶା କରୁଥିଲି। ଯେତେବେଳେ ଆଇସିସି ଏହା ଥିମ ଗୀତ ଭାବରେ ଘୋଷଣା କରିଥିଲେ, ମୋ ଆନନ୍ଦର କୌଣସି ସୀମା ନଥିଲା। ଏହି ଗୀତ ମୋ କ୍ୟାରିୟରର ଗୋଟିଏ ମନ ପସନ୍ଦର ଗୀତ।"
2017 ମସିହାରେ ଗିନ ୱିଗମୋରଙ୍କ ଚତୁର୍ଥ ଆଲବମ ରିଲିଜ ହୋଇଥିଲା। ଏହି ଆଲବମରେ ଗାର୍ଲ ଗ୍ୟାଙ୍ଗ ଗୀତ ରହିଥିଲା। ସେହି ସମୟରେ ମଧ୍ୟ ଏହି ଗୀତ ଖୁବ ଭାଇରାଲ ହୋଇଥିଲା। ପୂର୍ବରୁ ଫେବ୍ରୁଆରୀ 6 ତାରିଖରୁ ମାର୍ଚ୍ଚ 7 ତାରିଖ ଯାଏଁ ବିଶ୍ବକପ ଆୟୋଜନ ହେବାକୁ ଥିଲା କିନ୍ତୁ କୋରୋନା ମହାମାରୀ ଯୋଗୁଁ ଏହା ସମ୍ଭବପର ହୋଇ ପାରିନଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ