ବ୍ରିସବେନ: ଭାରତର ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଂଶାସରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ । ଶୁଭମନ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ଅନ୍ତିମ ଦିନରେ ସାନଦାର ପ୍ରଦର୍ଶନ କରିଛନ୍ତି ।
ସେ ଆଜି ପ୍ରଥମ ଟେଷ୍ଟ ଶତକ କରିବା ପୂର୍ବରୁ 91 ରନ୍ କରି ଆଉଟ୍ ହୋଇଯାଇଛନ୍ତି ।
ତେବେ ଲକ୍ଷ୍ମଣ କହିଛନ୍ତି ଯେ, ଶୁଭମନ ଯେଉଁ ପ୍ରକାରରେ ବ୍ୟାଟିଂ କରୁଥିଲେ ସେ ଶତକର ଆଜି ହକଦାର ଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଓପନରଙ୍କ ପାଖରେ ଚାପକୁ ସମ୍ଭାଳିବାର ମାନସିକ ଶକ୍ତି ରହିଛି । ଏହା ଏକ ମହତ୍ତ୍ବପୂର୍ଣ୍ଣ ଗୁଣ ।
ଗିଲ 146 ବଲ୍ରେ 91ରନ୍ ସଂଗ୍ରହ କରିଛନ୍ତି । ସେ ପୂଜାରାଙ୍କ ସହ 114ରନ୍ର ପାର୍ଟନରସିପ୍ ଇଂନିସ ଖେଳିଛନ୍ତି ।