ETV Bharat / sports

ଅଭ୍ୟାସକୁ ଫେରି ବେଶ୍‌ ଖୁସି ପୂଜାରା - ଚେତେଶ୍ବର ପୂଜାରା

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଚେତେଶ୍ବର ପୂଜାରା । ବହୁଦିନ ପରେ ନେଟ୍ସରେ ଅଭ୍ୟାସକୁ ଫେରିବାର ଭିଡିଓ କଲେ ସେୟାର । ଅଧିକ ପଢ଼ନ୍ତୁ...

Getting back into the groove, Pujara posts video of net session, ଅଭ୍ୟାସକୁ ଫେରି ବେଶ୍‌ ଖୁସି ପୂଜାରା, ଚେତେଶ୍ବର ପୂଜାରା, cheteswar pujara
ଅଭ୍ୟାସକୁ ଫେରି ବେଶ୍‌ ଖୁସି ପୂଜାରା
author img

By

Published : Jul 5, 2020, 12:41 AM IST

ରାଜକୋଟ: ଚଳିତ ବର୍ଷ ଶେଷରେ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଚେତେଶ୍ବର ପୂଜାରା ନେଟ୍ସରେ ଆରମ୍ଭ କରି ଦେଇଛନ୍ତି ଅଭ୍ୟାସ । ଟେଷ୍ଟରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଶନିବାର ଟ୍ବିଟରରେ ତାଙ୍କର ନେଟ ପ୍ରାକ୍ଟିସର ଏକ ଭିଡିଓ ସେୟାର କରିଛନ୍ତି ।

ପୂଜାରା ଏହି ଭିଡିଓ ସେୟାର କରି କହିଛନ୍ତି, ‘‘ଗେଟିଂ ବ୍ୟାକ ଟୁ ଦ ଗ୍ରୁଭ ।’’ ଭିଡିଓରେ ସେ ଡ୍ରାଇଭ, ପୁଲ ଓ ଡିଫେଣ୍ଡ କରୁଥିବାର ନଜର ଆସୁଛନ୍ତି । ଅନେକ ଦିନ ପରେ ନେଟ୍ସକୁ ଫେରିଥିବାରୁ ବେଶ୍‌ ଖୁସି ଜଣା ପଡୁଛନ୍ତି ପୂଜାରା ।

ନିକଟରେ ପୂଜାରା ଗତ ବର୍ଷ ଅଷ୍ଟ୍ରେଲିଆରେ ସିରିଜ ବିଜୟ ଉତ୍ସବ ପାଳନ କରୁଥିବା ଭାରତୀୟ ଟେଷ୍ଟ ଦଳର ଏକ ଫଟୋ ସେୟାର କରି କହିଥିଲେ ଯେ ସେ ଡ୍ରେସିଂ ରୁମରେ ଖେଳାଳିଙ୍କ ସହ ଫେରିବା ପାଇଁ ଅପେକ୍ଷା କରି ପାରୁନାହାନ୍ତି ।

ପୂଜାରା ଶେଷ ଥର ପାଇଁ ମାର୍ଚ୍ଚରେ ଖ୍ରୀଷ୍ଟଚର୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ପାଇଁ ଖେଳିଥିଲେ।

2018/19 ସିରିଜ ପ୍ରଥମ ଥର ପାଇଁ କୌଣସି ଏସୀୟ ଦଳ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଡାଉନ ଅଣ୍ଡରକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ପୂଜାରା ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଥିଲେ, 74.42 ଆଭେରେଜରେ 521 ରନ ସହ ସିରିଜର ସର୍ବାଧିକ ରନ ସ୍କୋରର ହୋଇଥିଲେ। ଏହା ପରେ ଭାରତ ପରବର୍ତ୍ତୀ ଦିନିକିଆ ସିରିଜ ଜିତିବା ସହିତ ଯାତ୍ରାକୁ ସଫଳତାର ସହ ଶେଷ କରିଥିଲା ।

ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ବକପ ଉପରେ ସନ୍ଦେହର ବାଦଲ ଛାଇ ରହିଥିବା ବେଳେ ଭାରତର ପରବର୍ତ୍ତୀ ସିରିଜ ମଧ୍ୟ ଅଷ୍ଟ୍ରେଲିଆରେ ହେବାର ଅଛି ।

କ୍ରିକେଟ ଅଷ୍ଟ୍ରେଲିଆ ପୂର୍ବରୁ ଡିସେମ୍ବର 3ରେ ଆରମ୍ଭ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ନିଶ୍ଚିତ କରିଛି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.