କୋଲକାତା: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଗୁରୁବାର ସଫଳ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହାପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଏନେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗାଙ୍ଗୁଲିଙ୍କୁ ବୁଧବାର ଆପୋଲୋ ହସ୍ପିଟାଲ ନିଆଯାଇଥିଲା ।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁୟାୟୀ, ଆଫତାବ ଖାନ ଓ ତାଙ୍କର ଟିମରେ ସାମିଲ ଥିବା ଡାକ୍ତର ଅଶ୍ବିନ ମେହତା, ଡାକ୍ତର ଦେବୀ ସେଟ୍ଟୀ, ଅଜିତ ଦେଶାଇ, ଡାକ୍ତର ସରୋଜ ମଣ୍ଡଳ ସପ୍ତର୍ଷୀ ବସୁ, 28 ଜାନୁଆରୀ, 2021ରେ କୋଲକାତାରେ ଆପୋଲୋ ଗ୍ଳେନଗଲ୍ସ ହସ୍ପିଟାଲ୍ସରେ ସୌରଭ ଗାଙ୍ଗୁଲିଙ୍କର ସଫଳତାପୂର୍ବକ ଏଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ଦୁଇଟି ଷ୍ଟେଣ୍ଟ ଲଗାଇଛନ୍ତି । ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ନଜର ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ